
ଗଞ୍ଜାମ, ୧୫/୦୭/୨୧ (ଜିଲ୍ଲା ଖବର) : ମାସ୍କ ପିନ୍ଧିନଥିବାରୁ ବସ୍ ଉଠ୍ ହେଲେ ପେଟ୍ରୋଲ ପମ୍ପ କର୍ମଚାରୀ । କର୍ମଚାରୀଙ୍କୁ ବସ ଉଠ କରାଇଲେ ତହସିଲଦାର । ଗଞ୍ଜାମ ହୁମା ଜାତୀୟ ରାଜପଥରେ ଥିବା ଏକ ପେଟ୍ରୋଲ ପମ୍ପରେ ଏଭଳି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ପେଟ୍ରୋଲ ପକାଇବାକୁ ଆସୁଥିବା ଜଣେ କର୍ମଚାରୀ ମାସ୍କ ପିନ୍ଧି ନଥିବାରୁ ଗଞ୍ଜାମ ତହସିଲଦାର ସେହି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବସଉଠ କରିବାକୁ କହିଥିଲେ । କର୍ମଚାରୀଙ୍କ ବସଉଠ ହେବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଯାହାର ଭିଡଓ ଏବେ ଭାଇରଲ ହେବାରେ ଲାଗିଛି ।


