Thursday, November 12, 2026
Home ଆଞ୍ଚଳିକ ଆଜି ଦିନ 2ଟା 30ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍

ଆଜି ଦିନ 2ଟା 30ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍

18

୧୫/୦୭/୨୧ (ଜିଲ୍ଲା ଖବର) :  ଆଜି 2 ଟା 30 ରେ ପ୍ରେସ ବିବୃତ୍ତି କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କାଲି ସକାଳେ ଆଂଶିକ ଲକଡାଉନ ଶେଷ ହେବାକୁ ଥିବାବେଳେ କୋଭିଡ ପରିଚାଳନା ନେଇ ଆକ୍ସନ ପ୍ଲାନ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ।

ବର୍ତ୍ତମାନ କରୋନା ସ୍ଥିତି ଓ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି କେଉଁ ଜିଲ୍ଲାରୁ କଟକଣା ଅଧିକ କୋହଳ ହେବ ଓ କେଉଁଠି କଟକଣା ବଳବତ୍ତର ରହିବ ସେନେଇ ଘୋଷଣା ହୋଇପାରେ । କେଉଁ କ୍ଷେତ୍ରରୁ ଅଧିକ କୋହଳ ମିଳିବ ତାଉପରେ ବି ନଜର ରହିଛି ।

ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି ଯେ ଅନଲକ୍ ହେବ କି ୨୫ ଜିଲ୍ଲା ?  ଅନ୍ୟ 5 ଜିଲ୍ଲାରେ କିଭଳି ରହିବ ନୂଆ ଗାଇଡଲାଇନ ତା ଉପରେ ମଧ୍ୟ ନଜର ରହିବ  । ରାଜ୍ୟରେ କରୋନା ସଂକ୍ରମଣ କମିଛି । ତେବେ  ଖୋର୍ଦ୍ଧା, କଟକ, ବାଲେଶ୍ଵର, ମୟୁରଭଞ୍ଜ ଓ ପୁରୀ ସ୍ଥିତି ଏବେ ଚିନ୍ତାଜନକ ରହିଛି ।

କଟକ ଓ ଖୋର୍ଦ୍ଧାରେ ସଂକ୍ରମଣ କମୁନଥିବାରୁ ସରକାରଙ୍କ ଫୋକସରେ ରହିଛି ଏହି ଦୁଇଟି ଜିଲ୍ଲା । ସେହିଭଳି ବାଲେଶ୍ଵର ଓ ମୟୂରଭଞ୍ଜରେ ପଜିଟିଭିଟି ରେଟ୍ ଅଧିକ ରହୁଥିବାରୁ ଏହି ଦୁଇ ଜିଲ୍ଲାରେ  ବଳବତ୍ତର ରହିପାରେ କଟକଣା । ଏଭଳି ସ୍ଥିତିକେ ରାଜ୍ୟରେ କ’ଣ ହୋଇପାରେ ଅନଲକ୍ ଫର୍ମୁଲା ? ନିଷ୍ପତ୍ତି ଉପରେ ପୂରା ରାଜ୍ୟବାସୀଙ୍କ ନଜର ରହିଛି ।