Friday, November 13, 2026
Home ଆଞ୍ଚଳିକ ଦିଶା ହାତରେ ଲାଗିଲା ରାହୁଲ ନାଁର ମେହେନ୍ଦୀ

ଦିଶା ହାତରେ ଲାଗିଲା ରାହୁଲ ନାଁର ମେହେନ୍ଦୀ

10

ନୂଆଦିଲ୍ଲୀ,୧୫/୦୭/୨୧ (ଜିଲ୍ଲା ଖବର) : ‘ବିଗବସ ୧୪’ ଫେମ ରାହୁଲ ବୈଦ୍ୟ ଓ ତାଙ୍କ ପ୍ରେମିକା ଦିଶା ପରମାରଙ୍କ ବିବାହ ଦିନ ଏକଦମ୍ ପାଖେଇ ଆସିଛି ।  ଖୁବ୍ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।  ୧୬  ଜୁଲାଇ ୨୦୨୧ରେ ଦୁହେଁ ଏକ ନୂଆ ଜୀବନ ଆରମ୍ଭ  କରିବେ । ତେବେ ବିବାହର ସମସ୍ତ ପ୍ରସ୍ତୁତି ତାଙ୍କର ଆରମ୍ଭ ହୋଇ ଯାଇଛି ।  ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ନିକଟରେ  ଦିଶା ହାତରେ ରାହୁଲ ନାଁର ମେହେନ୍ଦୀ ଲଗାଇଛନ୍ତି ।  ଯାହାର ଫଟୋ ସାମ୍ନାକୁ ଆସିଛି ।

ଦୁହେଁ, ନିଜର ସାଙ୍ଗସାଥି ଓ ପରିବାର ସଦସ୍ୟକୁ ନିମନ୍ତ୍ରଣ ପଠାଇ ଦେଇଛନ୍ତି ।  ନିମନ୍ତ୍ରଣ ପଠାଇବା ସହିତ ଖୁବ୍ ସୁନ୍ଦର କଥା ମଧ୍ୟ ଲେଖିଛନ୍ତି ।  ସେ ଲେଖିଛନ୍ତି ଯେ,’ ଆମେ ଆପଣଙ୍କୁ ଆମର ସ୍ବତନ୍ତ୍ର ଦିନରେ ଅଂଶଗ୍ରହଣ କରିବା ଓ ଆପଣମାନଙ୍କ ଠାରୁ ଆଶିର୍ବାଦ ନେବାକୁ ଚାହୁଁଛୁ ।  ଆପଣଙ୍କ ଅପେକ୍ଷା ରହିଲା’ ।   

ପ୍ରକାଶ ଥାଉକି, ରାହୁଲ ଓ ଦିଶାଙ୍କ ବିବାହ ଉସ୍ବବରେ ୫୦ ଲୋକ ସାମିଲ ହେବେ ।  ନିକଟରେ ରାହୁଲ କହିଛନ୍ତି ଯେ, କରୋନା କାରଣରୁ ଅନ୍ୟ ଲୋକମାନଙ୍କୁ ନିମନ୍ତ୍ରିତ କରାଯାଇ ନାହିଁ ।