Tuesday, October 20, 2026
Home ଅପରାଧ ବନ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ଘଟଣା; ଡିଏଫଓ, ରୋଷେୟା ଓ ବୋହୂ ନାଁରେ ମାମଲା ରୁଜୁ

ବନ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ଘଟଣା; ଡିଏଫଓ, ରୋଷେୟା ଓ ବୋହୂ ନାଁରେ ମାମଲା ରୁଜୁ

14

ଗଜପତି, ୧୫/୦୭/୨୧ (ଜିଲ୍ଲା ଖବର) :  ପାରଳାଖେମୁଣ୍ଡି  ଅତିରିକ୍ତ ବନ ସୁରକ୍ଷା ଅଧିକାରୀ ସୌମ୍ୟ ରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼ । ବାପାଙ୍କ ଏତଲା ପରେ ଡିଏଫଓ, ରୋଷେୟା ଓ ବୋହୂ ନାଁରେ ମାମଲା ରୁଜୁ କଲା ପୋଲିସ । ଘଟଣାରେ ପାରଳା ଖେମୁଣ୍ଡି ଡିଏଫଓ, ରୋଷେୟା ଗାର୍ଡ ଏବଂ ପତ୍ନୀଙ୍କ ଷଡଯନ୍ତ୍ର ଯୋଗୁଁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଥିଲେ ସୌମ୍ୟଙ୍କ ବାପା ।

ଡିଏଫଓ ଏବଂ ସୌମ୍ୟଙ୍କ ପତ୍ନୀ ମିଳିମିଶି ଷଡଯନ୍ତ୍ର କରି ସୌମ୍ୟଙ୍କୁ ମାରି ଦେଇଥିବା ସେ ଅଭିଯୋଗ କରିଛନ୍ତି । ସୌମ୍ୟଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, ଡିଏଫଓ ସୌମ୍ୟଙ୍କ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ରଖିବା ପାଇଁ ବିଭିନ୍ନ ସମୟରେ ଚେଷ୍ଟା କରୁଥିଲେ, ଆଉ ଏଥିପାଇଁ ସୌମ୍ୟଙ୍କୁ ରାତି ସମୟରେ ଡ୍ୟୁଟି ପକାଉଥିଲେ ।

ଫୋନ କରି ସୌମ୍ୟ ଏକଥା ତାଙ୍କୁ ମଧ୍ୟ ଆଗରୁ ଜଣାଇଥିଲେ ବୋଲି ସୌମ୍ୟଙ୍କ ବାପା ଅଭିଯୋଗ କରିଛନ୍ତି । ବଡ କଥା ହେଲା ରୋଷେୟା, ଗାର୍ଡ ଏବଂ ସୌମ୍ୟଙ୍କ ପତ୍ନୀ ମିଳିତ ଭାବେ ଷଡଯନ୍ତ୍ର କରି ସୌମ୍ୟଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସୌମ୍ୟଙ୍କ ବାପା ।