ଜାଫର ଓଡିଶା କ୍ରିକେଟ ଟିମର କୋଚ୍

13

କଟକ, ୧୫/୦୭/୨୧ (ଜିଲ୍ଲା ଖବର) : ପୂର୍ବତନ ଆର୍ନ୍ତଜାତୀୟ ଖେଳାଳୀ ୱାସିମ ଜାଫର ଓଡିଶା କ୍ରିକେଟ ଟିମର  କୋଚ୍ ଭାବରେ ନିଯୁକ୍ତ ହୋଇଛନ୍ତି । ଏନେଇ ଓସିଏ ଘୋଷଣା କରିଛି । ସିନିୟର ଟିମ ସହ ସମସ୍ତ ବୟସ ବର୍ଗର କୋଚିଂ ର ମୁଖ୍ୟ ଦାଇତ୍ୱ ତୁଲାଇବେ ଜାଫର ।

ଆସନ୍ତା 2 ବର୍ଷ ପାଇଁ ସେ ଓସିଏ ସହ ଯୋଡି ହୋଇ ଓଡିଶା କ୍ରିକେଟକୁ ମଜବୁତ କରିବେ ବୋଲି ସ୍ପଷ୍ଟ କରିଛି ଓସିଏ । ଏହାସହ ଘରୋଇ ସିଜିନ ଜୁଲାଇ 25 ରୁ ଆରମ୍ଭ ହେବା ନେଇ ରାଜ୍ୟ ସରକାରଙ୍କୁ ଓସିଏ ଅନୁମତି ମାଗିଛି ।