
ଭୁବନେଶ୍ଵର, ୧୫/୦୭/୨୧ (ଜିଲ୍ଲା ଖବର) : ଆସନ୍ତାକାଲି ପାଳନ ହେବ ଭୁବନେଶ୍ଵର ଏମ୍ସର ନବମ ପ୍ରତିଷ୍ଠା ଦିବସ। ଏହି ଉତ୍ସବରେ ଭାରତର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗର ସଚିବ ଡ।. ରେଣୁ ସ୍ୱରୂପ ମୁଖ୍ୟ ଅତିଥି ଭାବରେ ରୂପରେ ଯୋଗଦାନ କରିବେ । ଏହି ଅବସରରେ ଅନୁଷ୍ଠାନର ସଭାପତି ପ୍ରଫେସର ଡ।. ସୁବ୍ରତ କୁମାର ଆଚାର୍ଯ୍ୟ, ଶ୍ରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିକୁ ପୁଷ୍ପମାଲ୍ୟ ଅର୍ପଣ କରିବେ ।
ନିର୍ଦ୍ଦେଶକ ପ୍ରଫେସର ଡ।.ଗୀତାଞ୍ଜଳି ପଦ୍ମନାଭନ ଭିସି ଜରିଆରେ ସ୍ୱାଗତ ଭାଷଣ ସହିତ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥି ସହିତ ଆସନ୍ତା କାଲି ଏମ୍ସରେ ସ୍ଥାପନ କରାଯାଇଥିବା ECMO ମେସିନକୁ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କରକମଳରେ ଅନୁଷ୍ଠାନର ମୂଳଦୁଆ ସ୍ଥାପନା କରାଯାଇଥିଲା ।


