Monday, November 16, 2026
Home ଆଞ୍ଚଳିକ ଦେଶରେ କମୁଛି ସଂକ୍ରମଣ, ଏବେବି ୫ ରାଜ୍ୟରେ ସଂକ୍ରମଣ ହାର ଅଧିକ

ଦେଶରେ କମୁଛି ସଂକ୍ରମଣ, ଏବେବି ୫ ରାଜ୍ୟରେ ସଂକ୍ରମଣ ହାର ଅଧିକ

15

ନୂଆଦିଲ୍ଲୀ,୧୫/୦୭/୨୧ (ଜିଲ୍ଲା ଖବର) : ଦେଶରେ କରୋନା ସଂକ୍ରମଣ ହାର ଧିରେ ଧିରେ କମୁଛି । ହେଲେ ଏବେ ବି ୫ ରାଜ୍ୟରେ ସଂକ୍ରମଣ ହାର ଅଧିକ ରହିଛି । ଏହି ୫ ରାଜ୍ୟ ମଧ୍ୟରେ ପଞ୍ଚମ ସ୍ଥାନରେ ରହିଛି ଓଡ଼ିଶା । ରାଜ୍ୟରେ ସଂକ୍ରମଣ କମୁଥିଲେ ମଧ୍ୟ ମୃତ୍ୟୁ ହାର ନିୟନ୍ତ୍ରଣକୁ ଆସିନାହିଁ । କଟକ, ଭୁବନେଶ୍ବର, ବାଲେଶ୍ବର, ମୟୂରଭଞ୍ଜ ଭଳି ଜିଲ୍ଲାରେ ସଂକ୍ରମଣ ହାର ଟିକିଏ ଅଧିକ ରହୁଛି ।

ସେପଟେ ପଡ଼ୋଶୀ ଛତିଶଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଫୋକସରେ ରହିଛି ନୂଆପଡ଼ା ଜିଲ୍ଲା । ବେଙ୍ଗଲ ସୀମା ଉପରେ ବି ରହିଛି ନଜର । ତେବେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଜ୍ୟରେ ଆଂଶିକ ଲକଡାଉନ ଜାରି କରିଥିଲେ ସରକାର ଯାହାର ଅବଧି ଆଜି ଶେଷ ହେବାକୁ ଯାଉଛି । ଆଗକୁ ଲକଡାଉନ କଟକଣା କେତେ କୋହଳ ହେବ ତାହା ଉପରେ ଆଜି ନିଷ୍ପତ୍ତି ନେଇପାରନ୍ତି ସରକାର । ତେଣୁ ସରକାର ନୂଆ କଟକଣା ନେଇ କଣ ନିଷ୍ପତ୍ତି ନେବେ ତା ଉପରେ ରହିଛି ରାଜ୍ୟବାସୀଙ୍କ ନଜର ।