Sunday, October 11, 2026
Home ଆଞ୍ଚଳିକ ଆଜି ଆଡପ ମଣ୍ଡପରେ ହେବ ମହାପ୍ରଭୁଙ୍କର ବନକଲାଗି ନୀତି

ଆଜି ଆଡପ ମଣ୍ଡପରେ ହେବ ମହାପ୍ରଭୁଙ୍କର ବନକଲାଗି ନୀତି

9

ପୁରୀ,୧୫/୦୭/୨୧ (ଜିଲ୍ଲା ଖବର) : ଆଜି ଆଡପ ମଣ୍ଡପରେ ହେବ ମହାପ୍ରଭୁଙ୍କର ବନକଲାଗି ନୀତି । ଝଟକିବେ ଚତୁର୍ଦ୍ଧାମୂର୍ତ୍ତି । ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତ ମହାପାତ୍ର ସେବକମାନେ ଗୁଣ୍ଡିଚା ମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶୃଙ୍ଗାର କରାଯିବ ।

ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଅପରାହ୍ଣରେ ୪ ଘଣ୍ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ କରୋନା କଟକଣା ପାଇଁ ଭକ୍ତଙ୍କୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ମନା ହୋଇଛି । କେବଳ ସେବାୟତଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ଅଛି । ସେହିପରି ୧୭ ତାରିଖ ଦିନ ୩ ରଥକୁ ଦକ୍ଷିଣ ମୋଡ଼ କରାଯିବ । ଏଥିପାଇଁ ପ୍ରଶାସନ ପକ୍ଷରୁ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି । ହେରାପଞ୍ଚମୀ ଦିନ ମହାଲକ୍ଷ୍ମୀଙ୍କ ରଥଭଙ୍ଗା ନୀତି ସରିବା ପରେ ଦକ୍ଷିଣମୋଡ଼ ନୀତି କରାଯିବ ।