Friday, November 13, 2026
Home ଆଞ୍ଚଳିକ ଅନଲକ ହେବ ଓଡ଼ିଶା !

ଅନଲକ ହେବ ଓଡ଼ିଶା !

9

 ୧୫/୦୭/୨୧ (ଜିଲ୍ଲା ଖବର) : ରାଜ୍ୟରେ ପ୍ରତ୍ୟେକ ଦିନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାସହ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି। ଲକଡାଉନ ଜାରି ରହିଛି। ଏଭଳି ସ୍ଥିତିରେ ଜୀବନ ଜୀବିକା ଉପରେ କରୋନାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି। 

କରୋନାର ସଂଘର୍ଷ ଭିତରେ ଅର୍ଥନୀତିର ଅଂଟା ଦୋହଲି ଯାଇଛି, ଜୀବନକୁ ସୁରକ୍ଷା ଦେବାକୁ ଯାଇ ଜୀବିକା ଉଜୁଡ଼ିବାକୁ ବସିଲାଣି । ଜୀବନ-ଜୀବିକାର ଦୋଛକିରେ ଆଗକୁ କ’ଣ ହେବ ? ୧୬ ତାରିଖ ସକାଳେ ସରୁଛି ଆଂଶିକ ତାଲାବନ୍ଦର ଅବଧି । ଏହି ଅବଧି ସରିବା ପରେ ଯଦି ଅର୍ଥନୀତିକୁ ଖୋଲିବା ପାଇଁ ନିଷ୍ପତ୍ତି ନହୁଏ, ତେବେ ଭୂତାଣୁ ଠାରୁ ଅଧିକ ଲୋକ ଭୋକରେ ପ୍ରଭାବିତ ହେବାର ଆଶଙ୍କା ରହିଛି । କାରଣ, କଟକଣା ଭିତରେ କେତେ ଦିନ ଓ କେମିତି ଜୀବିକା ନିର୍ବାହ କରିବ ସାଧାରଣ ମଣିଷ ?

ସଂକ୍ରମଣ ହାରକୁ ଦେଖି ସରକାର ୩୦ଟି ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରିଥିଲେ । ‘କାଟାଗୋରି-ବି’ରେ ଥିବା ୧୦ଟି ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଥିବାରୁ କଟକଣା ଅଧିକ ରଖିଥିଲେ । ତେବେ ଓଡ଼ିଶା ଅନଲକ ହେବ ନା ନାଇଁ ତାଉପରେ ସମସ୍ତଙ୍କର ନଜର ରହିଛି।