
ନୂଆଦିଲ୍ଲୀ, ୧୫/୦୭/୨୧ (ଜିଲ୍ଲା ଖବର) : ମା’ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା । ନିକଟରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଇନଷ୍ଟାଗ୍ରାମ ମାଧ୍ୟମରେ ଫ୍ୟାନ୍ସଙ୍କ ସହ ସେ ଏହି ଖୁସି ଖବର ସେୟାର କରିଛନ୍ତି । ପୁତ୍ର ସନ୍ତାନର ହାତ ଧରିଥିବାର ଫଟୋ ସେ ସେୟାର କରିଛନ୍ତି । ଏହି ଖୁସି ଖବର ପାଇବା ପରେ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରେଟି ଯାଏଁ ,ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।
ପ୍ରକାଶ ଥାଉକି, ଚଳିତ ବର୍ଷ ୧୫ ଫେବୃୟାରୀରେ ଦିଆ ମିର୍ଜା ବିଜନେସମ୍ୟାନ ବୈଭବ ରେଖୀଙ୍କୁ ଦ୍ବିତୀୟ ବିବାହ କରିଥିଲେ । ବିବାହର ଦେଢମାସ ପରେ ସେ ଗର୍ଭବତୀ ଥିବା ସୂଚନା ଦେଇଥିଲେ ।
ପୁଅର ଜନ୍ମ ବିଷୟରେ ସୂଚନା ଦେଇ ଦିଆ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ସନ୍ତାନ ଜନ୍ମ କରିବା ଏହା ସବୁଦିନ ପାଇଁ ସ୍ଥିର କରିବା ଯେ ଆପଣଙ୍କ ହୃଦୟ ଆପଣଙ୍କ ଶରୀର ବାହାରେ ବୁଲୁଛି। ଏହି ଶବ୍ଦ ବର୍ତ୍ତମାନ ବୈଭବ ଏବଂ ମୋ ଭାବନାର ସମ୍ପୂର୍ଣ୍ଣ ଭାବରେ ଉଦାହରଣ ଏବଂ ଆମ ହୃଦୟ ସ୍ପନ୍ଦନ, ଆମ ପୁଅ ଅଭ୍ୟାନ୍ ଆଜାଦ ରେଖୀ ମେ ୧୪ରେ ଜନ୍ମଗ୍ରହଣ କରିଛି ।



