Friday, November 13, 2026
Home ଆଞ୍ଚଳିକ ରାତି ଅଧରେ ଓଡ଼ିଶା କଥା ବୁଝିଲେ ରେଳମନ୍ତ୍ରୀ

ରାତି ଅଧରେ ଓଡ଼ିଶା କଥା ବୁଝିଲେ ରେଳମନ୍ତ୍ରୀ

11

୧୫/୦୭/୨୧ (ଜିଲ୍ଲା ଖବର) : ରାତି ଅଧରେ ଓଡ଼ିଶା କଥା ବୁଝିଲେ ରେଳମନ୍ତ୍ରୀ । ରାଜ୍ୟର ବଭିନ୍ନ ପ୍ରକଳ୍ପ ସଂପର୍କର ସମୀକ୍ଷା କଲେ । ଅନେକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଅଶ୍ୱିନି । ନିଜ ମନ୍ତ୍ରଣାଳୟରେ ବସି ,ଓଡ଼ିଶାର କେଉଁ ପ୍ରକଳ୍ପ କେତେ ଆଗେଇଛି ପଚାରି ବୁଝିଥିଲେ । ଖାସକରି ୩୦୬ କିଲୋମଟର ଖୋର୍ଧାରୋଡ-ବଲାଙ୍ଗୀର ରେଳପଥକୁ ମନ୍ତ୍ରୀ ସର୍ବାଧି ଗୁରୁତ୍ବ ଦେଇଛନ୍ତି ।

ପ୍ରକଳ୍ପ କାମ ‌କେତେ ବାଟ ଯାଇଛି? କେଉଁଠି ଓ କଣ ପାଇଁ ବିଳମ୍ବ ହେଉଛି ଆଦି ବିଷୟରେ ପଚାରି ବୁଝିଛନ୍ତି। ଅନୁଗୁଳ-ସୁକିନ୍ଦା, ହରିଦାସପୁର-ପାରାଦୀପ, ତାଲଚେର-ବିମଳାଗଡ଼, ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ନୂଆ ରେଳ ଲାଇନ୍ ନିର୍ମାଣର ସମୀକ୍ଷା କରିଛନ୍ତି। ସେହିପରି ବଂଶପାଣି-ଦୈତାରୀ-ଟୋମକା-ଜଖପୁରା, ସମ୍ବଲପୁର-ଟିଟିଲାଗଡ଼, ଖୋର୍ଧାରୋଡ-ବାରଙ୍ଗ, ବିଜୟନଗରମ୍‌-ସମ୍ବଲପୁର, ତାଳଚେର-ସମ୍ବଲପୁର ରେଳଲାଇନ୍ ଡବଲିଂ କାର‌୍ୟ୍ୟର ସମୀକ୍ଷା କରିଛନ୍ତି। ଏଥିସହ ଓଡ଼ିଶାରେ ଭବିଷ୍ୟତ ରେଳପଥର ବିକାଶ ନେଇ ମଧ୍ୟ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି।

ସମୀକ୍ଷା ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଟ୍ବିଟ କରି ଜଣାଇଛନ୍ତି । ନିଜ ଅଫିସ ଟେବୁଲରେ ଓଡ଼ିଶା ମ୍ୟାପ୍ ରଖି ରେଲୱେ ପ୍ରକଳ୍ପର ସମୀକ୍ଷା କରୁଥିବା ଭିଡିଓ ମଧ୍ୟ ଛାଡ଼ିଛନ୍ତି। ଏଭଳିକରି ସେ ଓଡ଼ିଶାକୁ ‌କେତେ ଗୁରୁତ୍ବ ଦେଉଛନ୍ତି, ତାହା ଦର୍ଶାଇବାକୁ ଚାହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।