
୧୫/୦୭/୨୧ (ଜିଲ୍ଲା ଖବର : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରାଣାସୀ ଗସ୍ତ । 15 ଶହ 83 କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରୋଜେକ୍ଟର ଉଦଘାଟନ ତଥା ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ପାଖାପାଖି ୮ ମାସ ପରେ ପ୍ରଧାନମନ୍ତ୍ରୀ ମୋଦି ନିଜ ସଂସଦୀୟ କ୍ଷେତ୍ର ଗସ୍ତ କରୁଛନ୍ତି ।
ବାରାଣାସୀରେ ପ୍ରଧାନମନ୍ତ୍ରୀ ମୋଦି 5 ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି । ବାରାଣାସୀ ଲାଲ ବାହାଦୂର ଶାସ୍ତ୍ରୀ ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ପ୍ରଥମେ ବନାରସ ହିନ୍ଦୁ ୟୁନିଭରସିଟି ଆଇଆଇଟି ଖେଳ ପଡିଆରେ ଏକ ଜନସଭା ସ୍ଥଳରେ ଯୋଗ ଦେବେ । 280 ଟି ଯୋଜନାରେ ବିଭିନ୍ନ ପ୍ରୋଜେକ୍ଟର ଶିଳାନ୍ୟାସ କରିବେ ।


