Sunday, November 15, 2026
Home ଆଞ୍ଚଳିକ ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି ଅଭିନେତ୍ରୀ ସବିତା

ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି ଅଭିନେତ୍ରୀ ସବିତା

11

ନୂଆଦିଲ୍ଲୀ, ୧୫/୦୭/୨୧ (ଜିଲ୍ଲା ଖବର) : ୫୦ ରୁ ଅଧିକ ଫିଲ୍ମରେ ଅଭିନୟ  କରିଥିବା ବରିଷ୍ଠ ଅଭିନେତ୍ରୀ ସବିତା ବଜାଜ୍ ଏବେ ଆର୍ଥିକ ସଙ୍କଟର ସାମ୍ନା କରୁଛନ୍ତି ।  ଖବର ଅନୁଯାୟୀ, ନିକଟରେ ସବିତାଙ୍କୁ ନେଇ ଏମିତି କିଛି ଖବର ସାମ୍ନାକୁ ଆସିଛି । ଯାହା ଫ୍ୟାନ୍ସଙ୍କୁ ବେଶ ଆଶ୍ଚର୍ଯ୍ୟ କରିଛି ।

ସୂଚନାଯୋଗ୍ୟ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସବିତା ବଜାଜ୍ ଏବେ ସାହାଯ୍ୟ ପାଇଁ ଗୁହାରୀ କହିଛନ୍ତି । ୩ ମାସ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଥିଲେ । ଯେଉଁଥିରେ ତାଙ୍କର ଅନେକ ଟଙ୍କା ଖର୍ଚ୍ଚ ହୋଇଥିଲା । ଆଉ ନିକଟରେ ପୁଣି ତାଙ୍କର ନିଶ୍ବାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା । ପୁଣି ତାଙ୍କର ଅନେକ ଟଙ୍କା ଖର୍ଚ୍ଚ ହୋଇଥିଲା । ଆଉ ଏବେ ତାଙ୍କ ପାଖରେ ଟଙ୍କା ନାହିଁ ।

ଖବର ଅନୁଯାୟୀ, ସବିତା କହିଛନ୍ତି ଯେ, ଏବେ ମୋ ପାଖରେ ଟଙ୍କା ନାହିଁ । ଦେହ ଅସୁସ୍ଥ ହେବା କାରଣରୁ ସବୁ ସେଭିଂ ସରି ଯାଇଛି । ମତେ ନିଶ୍ବାସ ନେବାରେ ବହୁତ ଅସୁବିଧା ହେଉଛି । ମତେ ଜଣା ନାହିଁ ଆଗକୁ କ’ଣ ହେବ ।