Sunday, October 18, 2026
Home ଅପରାଧ ପାରିବାରିକ କଳହରୁ ଦମ୍ପତିଙ୍କ ଆତ୍ମହତ୍ୟା !

ପାରିବାରିକ କଳହରୁ ଦମ୍ପତିଙ୍କ ଆତ୍ମହତ୍ୟା !

16

ଯାଜପୁର,୧୫/୦୭/୨୧ (ଜିଲ୍ଲା ଖବର) :  ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଉତ୍ତରକୂଳ ପଞ୍ଚାୟତ ସୁନ୍ଦରପୁର ଗାଁ ରେ ଦେଖବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।  ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଥିଲା ବେଳେ ମୃତ ଦମ୍ପତି ହେଲେ ଦୀପକ କୁମାର ନାଥ ଏବଂ ଅନିତା ନାଥ ।

ଦୀପକ ଓଡ଼ିଶା ବାହାରେ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ । ଲକଡାଉନ ପାଇଁ ଘରେ ଆସି ରହୁଥିଲେ । ପାରିବାରିକ କଳହରୁ ଏପରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସେପଟେ ବିଂଝାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରି ତଦନ୍ତ ଚଳାଇଛି ।