Wednesday, November 11, 2026
Home ଆଞ୍ଚଳିକ ରାଜ୍ୟସଭାର ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ

ରାଜ୍ୟସଭାର ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ

14

୧୫/୦୭/୨୧ (ଜିଲ୍ଲା ଖବର) : ଆଗକୁ ଆସୁଛି ମୌସୁମୀ ଅଧିବେଶନ । ଅଧିବେଶନ ପୂର୍ବରୁ ରାଜ୍ୟସଭାର ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ । ଆସନ୍ତା ୧୭ ତାରିଖରେ ତାଙ୍କ ବାସଭବନରେ ଅନୁଷ୍ଠିତ ହେବ ବୈଠକ । କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ରାଜ୍ୟସଭାରେ ଗୃହର ନେତା ଭାବେ ନିଯୁକ୍ତି ଦିଆଯାଇଛି ।

ଏହାସହ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଜୁଲାଇରେ ୧୮ ସକାଳ ୧୧ଟାରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବାର ସମ୍ଭବନା ରହିଛି । ସଂସଦ ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ଏବଂ ଅଗଷ୍ଟ ୧୩ରେ ଶେଷ ହେବ ।