
ବିଷମକଟକ, ୧୫/୦୭/୨୧ (ଜିଲ୍ଲା ଖବର) : ଚାଷକାମ ଯାହାର କେଡ଼େସୁଖ ତାହାର ,ଚାଷୀ ସିନା ଯୋଗାଏ ତ ଦୁନିଆକୁ ଆହାର । ବାସ୍ତବରେ ଦୁଃଖ କଷ୍ଟ ସହି ଦୁନିଆକୁ ଆହାର ଯୋଗାଉଥିବା ଚାଷୀ ଏବେ ,ମୌସୁମୀ ର ଲୁଚକାଳି ଖେଳ ରେ ହନ୍ତସନ୍ତ ।
ମୁନିଗୁଡା ରୁ ଏକ ବିଶେଷ ରିପୋର୍ଟ ,
ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ , ଧାନ ଏହାର ମୁଖ୍ୟ ଫସଲ । ଧାନ ଚାଷ ପାଇଁ ଓଡ଼ିଶାର ଅଧିକାଂଶ ଜିଲ୍ଲା ରେ ଚାଷୀ ମୌସୁମୀ ବର୍ଷା ଉପରେ ନିର୍ଭର କରନ୍ତି । ଜଳବାୟୁ ପରିବର୍ତ୍ତନ ଫଳରେ ଜୁନ ମାସରେ ଓଡିଶା ଛୁଇଁ ଥିବା ମୌସୁମୀ ବର୍ଷା ଏବେ ଚାଷ ଓ ଚାଷୀ ସହ ଲୁଚକାଳି ଖେଳୁଛି ସାମ୍ଭବ୍ୟ ମରୁଡି ଆଶଙ୍କାରେ ଚାଷୀ । ଜଗତକୁ ଆହାର ଯୋଗାଇଥିବା ଚାଷୀ ନିଜେ ଦୁଃଖ ଓ ଯନ୍ତ୍ରଣା ଭିତରେ ଜୀବନ ଅତିବାହିତ କରି ଚାତକ ପରି ଅନେଇଥାଏ ଆଷାଢ଼ ର ବର୍ଷା କୁ ମାତ୍ର ଏ ବର୍ଷର ମୌସୁମୀ ବର୍ଷାର ଅନିୟମିତତା ଯୋଗୁଁ ଚିନ୍ତାରେ ଚାଷୀ ।
କରୋନା ର ଦ୍ୱିତୀୟ ଲହର ଜାରି ଥିବାବେଳେ , ବିଭିନ୍ନ ରାଜ୍ୟରୁ ଘରବହୁଡା ଅନେକଯୁବକ ନିଜର କୌଳିକ ବୃତି ଚାଷକୁ ଆପଣେଇ ଜୀବିକା ନିର୍ବାହ ପାଇଁ ଚାଷ ଉପରେ ଭରସା କରିଥିବାବେଳେ ବର୍ଷା ଋତୁ ରେ ବର୍ଷା ର ଅନିୟମିତତା ଦୁର୍ଦଶା କୁ ଆହୁରି ବଢ଼େଇ ଦେଇଛି ।
କେତେବେଳେ କଳାହାଂଡିଆ କଳା ମେଘ ଦେଖି ଟିକିଏ ଖୁସି ହେଲାବେଳକୁ ସଙ୍ଗେସଙ୍ଗେ ଡହ ଡହ ଖରା ଚାଷୀକୁଳ କୁ ଚିନ୍ତିତ କରୁଛି ,
ମୁନିଗୁଡା ବ୍ଲକ୍ ର ଚାଷୀ ଙ୍କ ପାଇଁ ଉଦିଷ୍ଟ ଜଳ ର ଲାଇଫ ଲାଇନ କୁହାଯାଉଥିବା ବଡ଼ନାଳ ଡ୍ୟାମ , ବେଙ୍ଗେଇ ନାଳ ଡ୍ୟାମ ରେ ବି ଜଳ ପ୍ରବାହ ଖୁବ ନିମ୍ନ ରେ , ଚଳିତ ବର୍ଷ ସ୍ୱଳ୍ପବୃଷ୍ଟି ଯୋଗୁଁ ହେକ୍ଟର ହେକ୍ଟର ଜମି ରେ ଲଙ୍ଗଳ ବି ବୁଲିନି , ଆଉ କିଛି ଜମିରେ ଚାଷୀ କଳ ନଂଗଳ ବୁଲେଇ ଚାତକ ଭଳି ଚାହିଁ ରହିଛି ବର୍ଷାଜଳ କୁ ।
ଧାନ ବିହନ ବୁଣା ସରିଛି ହେଲେ ବିହନ ଗଜା ଓ ଧାନ ଗଛ ର ବଢିବା ପାଇଁ ବି ଯଥେଷ୍ଟ ବର୍ଷା ହୋଇନି ଏ ବର୍ଷ , ଏଣୁ ଚାଷୀକୁଳ ନିୟତି ର ନିୟମ କୁ ଆଦରି ବସିଛି ,ବର୍ଷା ର ଆଗମନ ପାଇଁ ।
ଗୋଟେପଟ ଦୀର୍ଘ ଦୁଇବର୍ଷ ହେଲା କରୋନା ଭୁତାଣୁ ସାଧାରଣ ଖଟିଖିଆ ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ , ଭିଟାମାଟି ରେ ଚାଷ କରି ଗୁଜୁରାଣ ମେଣ୍ଟେଇ ସ୍ୱାବଲମ୍ବୀ ହେବାର ଆଶା ରଖିଥିବା ଚାଷୀକୁଳ ଉପରେ ବର୍ଷା ବି ଦାଉ ସାଜିଛି । ଯଦି ଚଳିତବର୍ଷ କମ ବର୍ଷା ହେଲେ ମରୁଡି ଆଶଙ୍କା ଓ ଅନ୍ୟପଟେ କରୋନା ପାଇଁ ଜୀବନ ଜୀବିକା ଆହୁରି ଦୋହଲିଯିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।ମୁନିଗୁଡା ବ୍ଲକ ର ଭୈରବଗଡ଼ , ଆଗୁଳ , ମୁନିଖୋଲ , ସିଙ୍ଗାରି , କୁମୁଡାବାଲି , ଦେଓକୁପୁଲି , ଆଦି ଗ୍ରାମ ର ଶହ ଶହ ହେକ୍ଟର ଚାଷଜମି ର ଚାଷୀ ଏବେ ଚିନ୍ତା ରେ ବୋଲି ଦେଖିବାକୁ ମିଳିଛି ।ସମସ୍ୟା ର ସମାଧାନ ପାଇଁ ଭଗବାନ ହିଁ ଭରଷା , ଧରଣି ରାଣୀ ଏ ପ୍ରକାର ଦୟା ଚାଷୀକୁଳ କୁ ଚିନ୍ତାରେ ପକେଇଛି ।
ରାୟଗଡା ରୁ ପ୍ରସନ୍ନ କୁମାର ପଣ୍ଡା (ଜିଲ୍ଲା ଖବର)












