
ବିଷମକଟକ,୧୪/୭(ଜିଲ୍ଲା ଖବର) : ବିଶ୍ବ ପିତୃ ଓ ମାତୃ ଦିବସ ଅବସରରେ ସମାଜ ଦ୍ବାରା ପରିଚାଳିତ ଶ୍ରେଷ୍ଠ ବାର୍ତ୍ତା ପ୍ରତିଯୋଗିତା ରେ ହଜାର ହଜାର ବାର୍ତ୍ତା ମଧ୍ୟରୁ ଆମ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ପଞ୍ଚାୟତସମିତି ଅନ୍ତର୍ଗତ ଅମ୍ବାଦଳା ର ଶିକ୍ଷକ ବନ୍ଧୁ ଶ୍ରୀ ବିଜୟ ମିଶ୍ର ଙ୍କ ବାର୍ତ୍ତା ଶ୍ରେଷ୍ଠ ଦଶ ପିତୃ ବାର୍ତ୍ତା ମଧ୍ୟରେ ସ୍ଥାନ ପାଇ ଗତକାଲି କଟକ ସମାଜ କାର୍ଯ୍ୟାଳୟ ରେ ଏକ ସୁଶୋଭିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ ହୋଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ରାଷ୍ଟ୍ରୀୟ ଲୋକ ସେବକ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ରାଜକୁମାର ସମାଜ ମୁଖ୍ୟ ଶ୍ରୀଯୁକ୍ତ ନିରଞ୍ଜନ ରଥ,ପ୍ରଭାସ ଆଚାର୍ଯ୍ୟ ଉପସ୍ଥିତ ରହି ସମ୍ବର୍ଦ୍ଧନା ଦେଇଥିଲେ। ରାୟଗଡ଼ା ଜିଲ୍ଲା ଏକ୍ସ-କ୍ୟାଡର୍ ଶିକ୍ଷକ ସଂଘ ସଭାପତି ତଥା ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ବିଜୟ ମିଶ୍ର ଙ୍କୁ ଅନେକ ବୁଦ୍ଧିଯିବି ଅଭିନନ୍ଦନ ଜଣାଇବା ସହ ଏହି ସଫଳତା ଆମ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ପ୍ରକାଶ କରିବା ସହ ସମାଜର ଏହି ପ୍ରୟାସ ବାସ୍ତବରେ ପ୍ରତ୍ୟେକ ମାଆ ଓ ବାପାଙ୍କ ମନରେ ହସ ଫୁଟାଇବା ପାରିବ ବୋଲି ପ୍ରକାଶ କରିଛନ୍ତି।
ରିପୋର୍ଟ, ପ୍ରସନ କୁମାର ପଣ୍ଡା


