
ଶେରଗଡ଼,୧୪/୭(ଅଖିଳ କୁମାର ପଟ୍ଟନାୟକ ) : ଆଜି ଶେରଗଡ଼ ବ୍ଲକ ପରିସରରେ ତହସିଲଦାର ଡ଼ଃ ଦୟାସିନ୍ଧୁ ପରିଡ଼ାଙ୍କ ପକୃତିର ମନଲୋଭା ଦୃଶ୍ୟ ଓ ହାତଲେଖା ପ୍ରବନ୍ଧ ପୁସ୍ତକ ମାନ୍ୟବର ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କ ହାତରେ ଉନ୍ମୋଚିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ,ଜିଲ୍ଲା ଶିକ୍ଷା ଅଧିକାରୀ,ବିଡ଼ିଓ ଶମ୍ଭୁନାଥ ନନ୍ଦି, ତହସିଲଦାର ଦୟାସିନ୍ଧୁ ପରିଡ଼ା, ବ୍ଲକ ଶିକ୍ଷା ଅଧିକାରୀ ଭସ୍କାର ଲେଙ୍କା, ବ୍ଲକ ସଭାପତି ଶରତ ଚନ୍ଦ୍ର ପାତ୍ର,ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଦିଗାମ୍ବର ନାହାକ, ହୀନ ବେହେରା,ଯୁବନେତା ଦିବାକର ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ ଉପସ୍ଥିତ ରହିଥିଲେ। ପରି ଶେଷରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଶେରଗଡ଼ ତହସିଲଦାର ଡ଼ଃ ପରିଡ଼ାଙ୍କ ସାଧୁବାଦ ଜଣାଇଥିଲେ।


