Sunday, November 15, 2026
Home ଆଞ୍ଚଳିକ ଶେରଗଡ଼ ବ୍ଲକରେ ପରୀକ୍ଷା ରେ କୃତି ଛାତ୍ର ଓ ଛାତ୍ରୀକୁ ପୁରସ୍କାର ବଣ୍ଟନ

ଶେରଗଡ଼ ବ୍ଲକରେ ପରୀକ୍ଷା ରେ କୃତି ଛାତ୍ର ଓ ଛାତ୍ରୀକୁ ପୁରସ୍କାର ବଣ୍ଟନ

134

ଶେରଗଡ,୧୪/୦୭(ଅଖିଳ କୁମାର ପଟ୍ଟନାୟକ ) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ “ଆଜିର ଛାତ୍ର ଆସନ୍ତାକାଲିର ଭବିଷ୍ୟତ” ଏହି ଉକ୍ତିଟିକୁ ଆଧାର କରି ସାରା ରାଜ୍ୟରେ ବିଶ୍ଵବ୍ୟାପୀ ମହାମାରୀ କରୋନା କାୟା ବିସ୍ତାର କରିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଶେରଗଡ଼ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କୁ ଶେରଗଡ଼ ବିଜୁ ଛାତ୍ର ଜନତା ଦଳ ଓ ଶେରଗଡ଼ ଆଇଟି ସେଲ ତରଫରୁ କୃତକାର୍ଯ୍ୟ ହୋଇଥିବା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ରଖିଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଏକ ପୁରସ୍କୃତ ବା କୃତଜ୍ଞତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶେରଗଡ଼ ବ୍ଲକ ଅଞ୍ଚଳରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ଛାତ୍ର ତାପସ ମହାପାତ୍ର(ପିତଳ ଉଚ୍ଚ ବିଦ୍ୟାଳୟ), ଦ୍ଵିତୀୟ ସ୍ଥାନ ଗ୍ରହଣ କରିଥିବା ଛାତ୍ରୀ ଲିସାରାଣୀ ପାଣିଗ୍ରାହୀ ( ଶେରଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟ)ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଛାତ୍ରୀ ଯାଜ୍ଞସେନୀ ମହାନ୍ତି(ଠୁରୁବୁରାଇ ଉଚ୍ଚ ବିଦ୍ୟାଳୟ)। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କ ତତ୍ତ୍ୱାବଧାନରେ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ବିଡ଼ିଓ ଶମ୍ଭୁନାଥ ନନ୍ଦି,ତହସିଲଦାର ଦୟାସିନ୍ଧୁ ପରିଡ଼ା, ବ୍ଲକ ଶିକ୍ଷା ଅଧିକାରୀ ଭସ୍କାର ଲେଙ୍କା, ବ୍ଲକ ସଭାପତି ଶରତ ଚନ୍ଦ୍ର ପାତ୍ର, ବ୍ଲକ,ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ,ବରିଷ୍ଠ ନେତା ହୀନ ବେହେରା,ହୃଷୀକେଶ ପାଢ଼ୀ, ଉଦୟନାଥ ପ୍ରଧାନ, ମେଘନାଦ ଦାସ,ପୂର୍ବତନ ବ୍ଲକ ସଭାପତି ଚିତ୍ତରଞ୍ଜନ ପାଣିଗ୍ରାହୀ ଓ ଦିଗାମ୍ବର ନାହାକ, ଯୁବନେତା ଦିବାକର ପଟ୍ଟନାୟକ, ଖିରିଡା ସରପଞ୍ଚ ଅଜିତ କୁମାର ଜେନା,ସତ୍ୟନାରାୟଣ ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ସୁଧୀର ପାତ୍ର, ସୀମାଞ୍ଚଳ ମଳିକ, ଶିବ ପ୍ରସାଦ ଗୌଡ଼, ଜଗନ୍ନାଥ ପଟ୍ଟନାୟକ, ଅମୂଲ୍ୟ ପଟ୍ଟନାୟକ, ଛାତ୍ର ବିଜୁ ଜନତା ଦଳର ଆଇଟି ସେଲ ଅଧକ୍ଷ ବିପ୍ଳବ ସେଠୀ,