Wednesday, November 11, 2026
Home ଆଞ୍ଚଳିକ ଏହି ସବୁ ରୋଗରୁ ରକ୍ଷା କରେ ସିଝା ଅଣ୍ଡା

ଏହି ସବୁ ରୋଗରୁ ରକ୍ଷା କରେ ସିଝା ଅଣ୍ଡା

9

୧୩/୦୭/୨୧ (ଜିଲ୍ଲା ଖବର) : ପ୍ରୋଟିନରେ ଭରପୁର ଅଣ୍ଡା ଖାଇବା  ଦ୍ବାରା ଏହା ଶରୀରରେ ବିଭିନ୍ନ ରୋଗ ବେମାରୀ ଠାରୁ ରକ୍ଷା କରିବାରେ ସାହାଯ୍ୟ କରେ । ଖାସ କରି ସିଝା ଅଣ୍ଡା ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ । ଆସନ୍ତୁ ଜାଣିବା ସେ  ବିଷୟରେ । 

– ପ୍ରତିଦିନ ଡାଏଟରେ ସିଝା ଅଣ୍ଡା ସାମିଲ କରିବା ଭଲ । ଏହା ଇମ୍ୟୁନିଟିକୁ ମଜବୁତ କରିବାରେ ସାହାଯ୍ୟ କରେ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ, ଭିଟାମିନ, ପ୍ରୋଟିନ ଭଳି ଅନେକ ପୋଷକ ତତ୍ବ ରହିଥାଏ ।

– ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରେ ସିଝା ଅଣ୍ଡା । ଏଥିପାଇଁ ପ୍ରତିଦିନ ନିଜ ଖାଦ୍ୟ ତାଲିକାରେ ସିଝା ଅଣ୍ଡା ସାମିଲ କରି ପାରିବେ ।

-ହାଡକୁ ଶକ୍ତ କରିବା ପାଇଁ ପ୍ରତିଦିନ ସିଝା ଅଣ୍ଡା ସେବନ କରି ପାରିବେ ।

-ଆଖିକୁ ସୁସ୍ଥ ରଖିବା ସହିତ, କୋଲେଷ୍ଟ୍ରଲ କମ୍ କରିବାରେ ସହାୟକ ହୁଏ ଅଣ୍ଡା ।

-ଓଜନ ହ୍ରାସ କରିବାକୁ ଚାହୁଁଥିଲେ, ଏଥିପାଇଁ  ସିଝା ଅଣ୍ଡାର କେଶରକୁ ବାହାର କରି , କେବଳ ଧଳା ଅଂଶ ସେବନ କରି ପାରିବେ ।