Friday, November 13, 2026
Home ଆଞ୍ଚଳିକ ତ୍ୱଚାରୁ ଡାର୍କନେସ ଦୂର କରିବ ଏହି ଘରୋଇ ଫେସପ୍ୟାକ୍

ତ୍ୱଚାରୁ ଡାର୍କନେସ ଦୂର କରିବ ଏହି ଘରୋଇ ଫେସପ୍ୟାକ୍

13

୧୩/୦୭/୨୧ (ଜିଲ୍ଲା ଖବର) : ତ୍ୱଚାର ପ୍ରାକୃତିକ ଚମକ କମିଯାଇ, ତ୍ୱଚାରେ ଡାର୍କନେସ ଆସୁଥିଲେ , ଏଥିପାଇଁ କେମିକାଲ ଯୁକ୍ତ ପ୍ରଡକ୍ଟ ନୁହେଁ, ବରଂ ଘରୋଇ ଫେସପ୍ୟାକ ଅଧିକ ଲାଭଦାୟକ ହୋଇଥାଏ । ବଜାରରୁ କେମିକାଲ ଯୁକ୍ତ ପ୍ରଡକ୍ଟ କିଣିବା ପାଇଁ ଯେତିକି ଅର୍ଥ ଖର୍ଚ୍ଚ ହୋଇଥାଏ ,ଘରୋଇ ଫେସପ୍ୟାକ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡି ନଥାଏ । ତେବେ ଆସନ୍ତୁ  ତ୍ୱଚାରୁ ଡାର୍କନେସ ଦୂର କରିବା ପାଇଁ ଜାଣିବା ,ଏକ ଘରୋଇ ଫେସପ୍ୟାକ ବିଷୟରେ ।

-ଏକ ପାତ୍ରରେ କିଛି ଚିୟା ସିଡ୍ସ, ବେସନ, ଅଲିଭ ଅଏଲ, ଗୋଲାପ ଜଳ ନେଇ ଭଲଭାବେ ମିକ୍ସ କରିବେ । ଏହି ମିଶ୍ରଣକୁ ୧୦ ରୁ ୧୫ ମିନିଟ ପାଇଁ ଛାଡିବେ । ଏହାପରେ ସେଥିରେ ଅଳ୍ପ ମୁଲତାନି ମାଟି ପକାଇ ଗୋଳାଇବେ । ତାପରେ ତ୍ୱଚାକୁ ଭଲଭାବେ ସଫା କରି, ଏହି ମିଶ୍ରଣ ଲଗାଇବେ । ଏହା ଶୁଖିବା ପରେ, ଏହାକୁ ଧିରେ ଧିରେ ମସାଜ କରି ତ୍ବଚାକୁ ଧୋଇବେ ।

ଏପରି କରିବା ଦ୍ୱାରା, ଏହା ତ୍ୱଚାରୁ ଡାର୍କନେସ ଦୂର କରି,  ତ୍ୱଚାରେ ପ୍ରାକୃତିକ ଚମକ ଆଣିଥାଏ ।