Sunday, November 15, 2026
Home ଆଞ୍ଚଳିକ ୪ ବର୍ଷ ଧରି ନିଜ ବାହାଘର କଥା ଲୁଚାଇଥିଲେ ଅର୍ଚ୍ଚନା

୪ ବର୍ଷ ଧରି ନିଜ ବାହାଘର କଥା ଲୁଚାଇଥିଲେ ଅର୍ଚ୍ଚନା

27

ନୂଆଦିଲ୍ଲୀ, ୧୩/୦୭/୨୧ (ଜିଲ୍ଲା ଖବର) : ବଲିଉଡରେ ଲୁଚାଛପା ବାହାଘର କିଛି ନୂଆ କଥା ନୁହେଁ ।  ଏମିତି ଅନେକ ସେଲିବ୍ରେଟି ଅଛନ୍ତି , ଯେଉଁମାନେ ଲୁଚିଛପି ବାହା ହୋଇଛନ୍ତି ।  ଆଉ ଅନେକ ଦିନ ଯାଏଁ ସେମାନଙ୍କ ବିବାହ ସମ୍ପର୍କରେ କେହି ଟେର ମଧ୍ୟ ପାଇ ନାହାଁନ୍ତି ।  ସେମିତି ଏକ ଷ୍ଟାର କପଲ ହେଉଛନ୍ତି ଅର୍ଚ୍ଚନା ପୂରନ ସିଂହ ଓ ତାଙ୍କ ସ୍ବାମୀ ପରମୀତ ସେଠୀ । ତାଙ୍କ ବିବାହ ସମ୍ପର୍କରେ କେହି ହେଲେ ଅବଗତ ନଥିଲେ ।  ଆଉ ତା ପୁଣି ଦୀର୍ଘ ୪ ବର୍ଷ ଧରି । ଏହା ପଛରେ ଏକ ଖାସ୍  କାରଣ ମଧ୍ୟ ରହିଛି । ଯାହାର ଖୁଲାସା କରିଛନ୍ତି ଅର୍ଚ୍ଚନା ପୂରନ । ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

ପ୍ରକୃତ କଥା ହେଲା, ନିକଟରେ ଏକ ସାକ୍ଷାତକାରରେ ଅର୍ଚ୍ଚନା ଏହାର ଖୁଲାସା କରିଛନ୍ତି ।  ସେ କହିଛନ୍ତି ଯେ,’ଇଣ୍ଡଷ୍ଟ୍ରିରେ ସେ ସମୟରେ ଅଭିନେତ୍ରୀ ବାହା ହେବା ପରେ ସେମାନଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇଥାଏ । ବେଶି କାମ ସେମାନେ କରି ପାରନ୍ତି ନାହିଁ । ଏପରିକି ଫିଲ୍ମ ଅଧାରୁ ସେମାନେ ଚୁକ୍ତି ଭାଙ୍ଗି ଚାଲି ଯାଇ ପାରନ୍ତି ବୋଲି ନିର୍ମାତା ଓ ନିର୍ଦ୍ଦେଶକ ମାନେ ଆଶଙ୍କା କରୁଥିଲେ । ସେ ସମୟରେ ପୁରୁଷ ଓ ମହିଳାଙ୍କ ପାଇଁ ଭିନ୍ନ ଭିନ୍ନ ଗାଇଡଲାଇନ ରହୁଥିଲା । ଯେଉଁଥିପାଇଁ ସେମାନେ ତାଙ୍କ ବିବାହକୁ ଗୁପ୍ତ ରଖିଥିଲେ ।   

କେବଳ ଏତିକି ନୁହେଁ , ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ, ‘ ମୋ କ୍ୟାରିୟର ପାଇଁ ପରମିତ ସେତେବେଳେ ବିବାହ କରିବାକୁ ରାଜି ହେଉ ନଥିଲେ । ହେଲେ ପରେ ଆମେ ପୁଣି ବିବାହ କରିବାକୁ ନିଷ୍ପତି ନେଇଥିଲୁ ଏବଂ ଏହାକୁ ସମ୍ପୂର୍ଣ୍ଣ ଗୁପ୍ତ  ରଖିଥିଲୁ ।