
୧୩/୦୭/୨୧ (ଜିଲ୍ଲା ଖବର) : ଦେଶ ..ଦେଖ.. ରଥରେ ନୁହେଁ କାଳିଆ ଯାଉଛି କାର୍ ରେ । କିଏ ତା ଟାହିଆ ଟାଣି ନେଉ ନାହାନ୍ତି କି , କିଏ ତାକୁ ଖୁସି ହେଇ ଛୁଇଁ ପାରୁନାହାନ୍ତି । ସେ ଯାଉଛି ଏସି କାର୍ ରେ । ଯେମିତି ରଥ ସଜା ହୁଏ ସେମିତି କାରକୁ ନୂଆ ବୋହୁ ପରି ସଜେଇ କାଳିଆକୁ ନିଆଯାଉଛି ଗୁଣ୍ଡିଚା ମନ୍ଦିର ।
ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ପୋଲିସ ଲାଇନ ଜଗନ୍ନାଥ ମନ୍ଦିରରେ । ଛୋଟ ଶ୍ରୀବିଗ୍ରହଙ୍କୁ କାର୍ ରେ ଗୁଣ୍ଡିଚା ମନ୍ଦିର ନିଆଯାଇଛି । ମନ୍ଦିରରୁ ନୀତିକାନ୍ତି ସାରିବା ପରେ କାର୍ କୁ ଫୁଲରେ ସଜାଇବା ସହ ପଛରେ ତିନି ଠାକୁରଙ୍କୁ ବସାଇ ଗୁଣ୍ଡିଚା ମନ୍ଦିର ନିଆଯିବାର ଦୃଶ୍ୟ ଭକ୍ତଙ୍କୁ ଆନନ୍ଦିତ କରିଥିଲା ।
କରୋନା କାଳରେ ପୂର୍ବ ବର୍ଷ ପରି କଟକଣାରେ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରଥକୁ ନ ଛୁଇଁ ପାରି ଭକ୍ତମାନେ ନିରାଶ ହୋଇଛନ୍ତି ।


