Sunday, November 15, 2026
Home ଆଞ୍ଚଳିକ ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୨ ରୁ ବିଦାୟ ନେଲେ ଆଶିଷ କୁଲକର୍ଣ୍ଣୀ

ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୨ ରୁ ବିଦାୟ ନେଲେ ଆଶିଷ କୁଲକର୍ଣ୍ଣୀ

27

ମୁମ୍ବାଇ,୧୩/୦୭/୨୧ (ଜିଲ୍ଲା ଖବର) : ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ ୧୨ ଆରମ୍ଭ ହେବା ପରଠାରୁ, ଚର୍ଚ୍ଚା ପରିସରରରେ ରହି ଆସିଛି । ଏହି ଶୋ’ ମାଧ୍ୟମରେ ପ୍ରତିଯୋଗୀ ମାନେ ନିଜ ନିଜର ଗାୟନ ଶୈଳୀରେ ବିଚାରକ ଏବଂ ଦର୍ଶକଙ୍କୁ ବିମୋହତ କରୁଛନ୍ତି ।  ତେବେ ନିକଟରେ ଏହି ଶୋ’ରୁ ସଓ୍ବାଇ ଭଟ୍ଟ ବାହାର ହୋଇଥିଲେ । ଯାହାକୁ ନେଇ ନିରାଶ ହୋଇଥିଲେ ଦର୍ଶକ । ଠିକ ସେମିତି, ଏବେ ଶୋ’ରୁ ବାହାର ହୋଇଛନ୍ତି ଆଶିଷ କୁଲକର୍ଣ୍ଣୀ ।  ଟପ ୬ ରେ ସେ ସାମିଲ ହେବାରୁ ବଞ୍ଚିତ ହୋଇଛନ୍ତି ।  କମ୍ ଭୋଟ ଯୋଗୁଁ ସେ ଶୋ’ରୁ ବାହାର ହୋଇଛନ୍ତି ।  ଏହାକୁ ନେଇ ତାଙ୍କ ଫ୍ୟାନ୍ସ ନିରାଶ ହୋଇଛନ୍ତି ।

 କେବଳ ତାଙ୍କ ଫ୍ୟାନ୍ସ ନୁହଁନ୍ତି ବରଂ ଏହି ଶୋ’ର ଅନ୍ୟ ପ୍ରତିଯୋଗୀ ମାନେ ମଧ୍ୟ ବେଶ ଦୁଃଖ ପ୍ରକାଶ କରିଛନ୍ତି ।  
ବିଚାରକ ମାନେ ଆଶିଷଙ୍କୁ ଶୋ’ରୁ ବାହାର ହେବାର ଘୋଷଣା କରିବା ପରେ, ତାଙ୍କ ସାଥି ମାନେ କାନ୍ଦିବାରେ ଲାଗିଥିଲେ ।  ଖାସକରି, ପ୍ରତିଯୋଗୀ ସନମୁଖପ୍ରିୟା, ସୟାଲି କାମ୍ବଲେ ଅତ୍ୟନ୍ତ ଭାବପ୍ରବଣ ହୋଇ ଯାଇଥିଲେ  । ଦୁହେଁ ଆଶିଷଙ୍କୁ ଆଲିଙ୍ଗନ କରି ଜୋରରେ କାନ୍ଦିଥିଲେ ।  

ସୋସିଆଲ ମିଡିଆରେ ୟୂଜର୍ସ ମାନେ ଏହାକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି ।  ପ୍ରକାଶ ଥାଉକି, ଏଥର ବିଶେଷ ଅତିଥି ଭାବରେ ଆଶା ଭୋସଲେ ଶୋ’ରେ ପହଞ୍ଚିଥିଲେ, ଯେଉଁଠାରେ ପ୍ରତିଯୋଗୀମାନେ ତାଙ୍କ ସାମ୍ନାରେ ପରଫରମାନ୍ସ କରିଥିଲେ ଏବଂ ଆଶା ଭୋସଲେଙ୍କ ଗୀତ ଗାଇଥିଲେ।