Thursday, November 12, 2026
Home ଆଞ୍ଚଳିକ ଦ୍ୱିତୀୟ ସନ୍ତାନର ବାପା ହେଲେ ରଣବିଜୟ ସିଂହ

ଦ୍ୱିତୀୟ ସନ୍ତାନର ବାପା ହେଲେ ରଣବିଜୟ ସିଂହ

27

ନୂଆଦିଲ୍ଲୀ, ୧୩/୦୭/୨୧ (ଜିଲ୍ଲା ଖବର) : ଦ୍ୱିତୀୟ ସନ୍ତାନର ବାପା ହେଲେ ରୋଡିଜ ଫେମ ରଣବିଜୟ ସିଂହ  । ରଣବିଜୟଙ୍କ ପତ୍ନୀ ପ୍ରିୟଙ୍କା ବୋହରା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଫ୍ୟାନ୍ସ ମାନଙ୍କ ସହ ରଣବିଜୟ ଏହି ଖୁସି ଖବର ସେୟାର କରିଛନ୍ତି  । ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟରେ ଏକ ଫଟୋ ସେୟାର କରି ପୁତ୍ର ସନ୍ତାନ ଆସିଥିବାର ସୂଚନା ଦେଇଛନ୍ତି  । ଲେଖିଛନ୍ତି ଯେ, ‘ସୁ ଗେମ୍ ।  ୧୨ ଜୁଲାଇ ୨୦୨୧ ‘  । ଏହି ଖୁସି ଖବର ପାଇବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।  

ପ୍ରକାଶ ଥାଉକି,୨୦୧୪ରେ ପ୍ରିୟଙ୍କା ବୋହରାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ରଣବିଜୟ ସିଂହ ।  ୨୦୧୭ରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା |