
୧୩/୦୭/୨୧ (ଜିଲ୍ଲା ଖବର) : ଉତ୍ତର ଭାରତରେ ତାଣ୍ଡବ ରଚିଛି ପ୍ରକୃତି। ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଅନେକ କ୍ଷତି ଘଟାଇଛି । କେଉଁଠି ମାଟି ଧସି ହୋଇ ପଡିଛି ତ କେଉଁଠି ଘର ଦ୍ୱାର ଭାସି ଯାଇଛି । ଏପରି ସ୍ଥିତିରେ ଡେହରାଡୁନରେ ପ୍ରବଳ ବର୍ଷାରେ ଅସ୍ଥାୟୀ ପୋଲ ଅଧା ଭୁଷୁଡି ପଡିଥିବାବେଳେ ଲୋକେ ସେହି ବିପଦ ପୂର୍ଣ୍ଣ ପୋଲ ଦେଇ ନଦୀ ପାର ହେଉଥିବା ଦେଖିବାକୁ ମିଳିଛି ।
ସେପଟେ ପାଣିପାଗ ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ନେଇ ପୂର୍ବାନୁମାନ କରିଛି। ହିମାଚଳ ପ୍ରଦେଶରେ ଆଗାମୀ 48 ଘଣ୍ଟା ପାଇଁ ପ୍ରବଳ ବର୍ଷାର ଚେତବାନୀ ଜାରି କରାଯାଇଛି । ଏହାସହ ଆଗାମୀ 5 ଦିନ ପାଇଁ ରାଜ୍ୟର ସବୁ ବିଭାଗକୁ ଆଲର୍ଟ ଜାରି କରାଯାଇଛି ।


