Wednesday, November 11, 2026
Home ଆଞ୍ଚଳିକ ଅମିରଙ୍କ ଉପରେ ଲାଗିଲା ପ୍ରଦୂଷଣ ବିସ୍ତାର କରୁଥିବାର ଅଭିଯୋଗ

ଅମିରଙ୍କ ଉପରେ ଲାଗିଲା ପ୍ରଦୂଷଣ ବିସ୍ତାର କରୁଥିବାର ଅଭିଯୋଗ

7

ନୂଆଦିଲ୍ଲୀ, ୧୩/୦୭/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଅମିର ଖାନ ଏବେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ’ଲାଲ୍ ସିଂ ଚଢା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାକୁ ନେଇ ଗତ କିଛି ସମୟ ଧରି ସେ ଚର୍ଚ୍ଚାରେ ମଧ୍ୟ ଅଛନ୍ତି । ଲଦାଖରେ ଫିଲ୍ମର ସୁଟିଂ ଚାଲିଛି । ଏହି ସମୟରେ ସେଠାକାର ଲୋକେ ଅଭିଯୋଗ କରିଛନ୍ତି ଯେ, ଫିଲ୍ମର ଟିମ ଲଦାଖରେ ପ୍ରଦୂଷଣ ବିସ୍ତାର କରୁଛନ୍ତି । ଯେଉଁଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ତାଗିଦ ମଧ୍ୟ କରାଯାଉଛି ।   

ଜଣେ ସୋସିଆଲ ମିଡିଆ ୟୂଜର ନିକଟରେ ଲଦାଖର ୱାଖା ଗାଁରୁ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଛୋଟ ଭିଡିଓ ସେୟାର କରିଛନ୍ତି  । ଏହି ଭିଡିଓରୁ ଜଣା ପଡିଛି ଯେ ଗାଁଟି ଖରାପ ପ୍ରଦୂଷିତ ହୋଇଛି । ଚାରିଆଡେ ଅମିରଙ୍କ ଟିମ୍ ଅଳିଆ ବିସ୍ତାର କରିଛନ୍ତି। ଏହା ସହିତ କ୍ୟାପ୍ସନରେ ଲେଖିଛନ୍ତି ଯେ,ଅମିର ଖାନଙ୍କ ଆଗାମୀ ଫିଲ୍ମ ଲାଲ ସିଂ ଚଢା ତରଫରୁ ଏହା ଉପହାର ଓ୍ବାଖା ଗ୍ରାମବାସୀଙ୍କ ପାଇଁ । ଅମିର ଖାନ ନିଜେ ସତ୍ୟମେବ ଜୟତେ ରେ ପରିବେଶ ସଫା କରିବା ବିଷୟରେ ବହୁତ କଥାବାର୍ତ୍ତା କରନ୍ତି, କିନ୍ତୁ ଯେତେବେଳେ ଏହା ନିଜ କଥା ଆସେ, ତାହା ହିଁ ଘଟେ ।  ଅମିରଙ୍କ ଟିମର ଏହି କାର୍ଯ୍ୟରେ ସେଠାକାର ଲୋକମାନେ ନିରାଶ ହୋଇଛନ୍ତି।