Saturday, November 14, 2026
Home ଆଞ୍ଚଳିକ କ୍ୟାବିନେଟର ସମ୍ପ୍ରସାରଣ ପରେ ନୂଆ କ୍ୟାବିନେଟ କମିଟି ଘୋଷଣା କଲେ ପ୍ରଧାନମନ୍ତ୍ରୀ

କ୍ୟାବିନେଟର ସମ୍ପ୍ରସାରଣ ପରେ ନୂଆ କ୍ୟାବିନେଟ କମିଟି ଘୋଷଣା କଲେ ପ୍ରଧାନମନ୍ତ୍ରୀ

9

ନୂଆଦିଳ୍ଲୀ,୧୩/୦୭/୨୧ (ଜିଲ୍ଲା ଖବର) : କେନ୍ଦ୍ର  କ୍ୟାବିନେଟର ସମ୍ପ୍ରସାରଣ ପରେ  ନୂଆ କ୍ୟାବିନେଟ କମିଟି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।  ଘୋଷଣା ହୋଇଥିବା ୮ଟି ଯାକ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା ପୂର୍ବପରି ରହିଛନ୍ତି। ସେହିପରି  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ୬ଟି କମିଟିରେ ରଖାଯାଇଛି।  ରାଜନାଥ ସିଂଙ୍କୁ କେବଳ ଦୁଇଟି କମିଟିର ସାମିଲ କରାଯାଇ ନାହିଁ।  ଏଥି ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ୭ ଟି କମିଟିରେ ସ୍ଥାନ ଦିଆଯାଇଛି।  ଏହା ବ୍ୟତୀତ ନବ ନିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଗୋଟିଏ କମିଟିରେ ସ୍ଥାନ ପାଇଛନ୍ତି। ଦକ୍ଷତା ବିକାଶ ଏବଂ ରୋଜଗାର ସମ୍ପର୍କିତ କମିଟିରେ ସେ ସ୍ଥାନ ପାଇଛନ୍ତି।

ଏହା ବ୍ୟତୀତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ପ୍ରଥମ ଥର ପାଇଁ ସଂସଦୀୟ ବ୍ୟାପାର କମିଟିରେ ସ୍ଥାନ ପାଇଛନ୍ତି। ସେହିପରି ନୀତୀନ ଗଡ଼କରୀଙ୍କୁ ୪ଟି କମିଟିରେ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦୁଇଟି କମିଟିରେ ନୁଯୁକ୍ତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅର୍ଥନୈତିକ ବ୍ୟାପାର କମିଟି ଏବଂ ନିଯୁକ୍ତି ଏବଂ ଦକ୍ଷତା ବିକାଶ କମିଟି ରେ ସାମିଲ ହୋଇଛନ୍ତି।

ସେହିପରି ପରିବେଶ ଓ ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ବନ୍ଦର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂଙ୍କୁ କେନ୍ଦ୍ରୀୟ ରାଜନୀତିକ ବ୍ୟାପାରରେ ସ୍ଥାନ ମିଳିଛି। ଯୁବ କେନ୍ଦ୍ର ମନ୍ତ୍ରୀମାନଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ କମିଟିରେ ସ୍ଥାନ ଦିଆଯାଇଛି।