
ବାଲେଶ୍ୱର, ୧୩/୦୭/୨୧ (ଜିଲ୍ଲା ଖବର) : ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍କ୍ଷେପଣ ହେଲା ସୁପରସୋନିକ୍ କ୍ରୁଜ୍ ମିସାଇଲ ବ୍ରହ୍ମୋସ । ଉତ୍କ୍ଷେପଣ ପରେ ରାଡ଼ାରରୁ ମିଳିଥିବା ତଥ୍ୟକୁ ନେଇ ସମୀକ୍ଷା ଚାଲିଛି । ବ୍ରହ୍ମୋସକୁ ସ୍ଥଳ, ବାୟୁ ଓ ନୌସେନାରେ ସାମିଲ କରାଯାଇଛି । ଭାରତ ଓ ଋଷର ମିଳିତ ସହଯୋଗରେ ନିର୍ମିତ ହୋଇଛି ଏହି ସୁପରସୋନିକ୍ କ୍ରୁଜ୍ ମିସାଇଲ ବ୍ରହ୍ମୋସ ।
ଏହାର ଲକ୍ଷ୍ୟଭେଦ କ୍ଷମତା ୬୫୦ରୁ ୮୦୦ କିଲୋମିଟର । ଏହି କ୍ଷେପଣାସ୍ତ୍ର ଶବ୍ଦର ବେଗ ଠାରୁ ୩ଗୁଣ ଅଧିକ ବେଗରେ ଗତି କରିପାରେ । ଏଥିରେ ୨୦୦ରୁ ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।



