Wednesday, November 11, 2026
Home ଆଞ୍ଚଳିକ ରାଜଧାନୀରୁ ଚିହ୍ନଟ ହେଲେ ୨୭୧ କରୋନା ଆକ୍ରାନ୍ତ

ରାଜଧାନୀରୁ ଚିହ୍ନଟ ହେଲେ ୨୭୧ କରୋନା ଆକ୍ରାନ୍ତ

6

ଭୁବନେଶ୍ବର,୧୩/୦୭/୨୧ (ଜିଲ୍ଲା ଖବର) : ରାଜଧାନୀ ଭୁବନେଶ୍ବରରେ  କମୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା।  ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।  ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୨୭୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ ୬୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୨୦୩ ରହିଛି ।

ଏହାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୯୩, ୯୭୮ । ତେବେ ବର୍ତ୍ତମାନ ସୁଦ୍ଧା ମୋଟ ୯୨,୩୦୧ ଜଣ ସୁସ୍ଥ ହୋଇସାରିଛନ୍ତି । ୫୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୩୬ ଆକ୍ଟିଭ୍ କେସ୍ ରହିଛି । ସେହିଭଳି ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୨୮୩ ଜଣ ସୁସ୍ଥ ହୋଇ ଫେରିଛନ୍ତି  ।