ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

29

ନୟାଗଡ଼, ୧୩/୦୭/୨୧ (ଜିଲ୍ଲା ଖବର) : ଯୌତୁକ ପାଇଁ ବଧୂ ହତ୍ୟା। ଏଭଳି ଅଭାବନୀୟ ଘଟଣା ନୟାଗଡ଼ ଇଟାମାଟି ଥାନା ଖଇରପଟିରେ ଘଟିଛି । ଯୌତୁକ ପାଇଁ ଶାଶୂଘର ଲୋକ ନବବଧୂଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶାଶୁ, ଶ୍ବଶୁର, ନଣନ୍ଦ ଓ ଅଭିଯୁକ୍ତ ସ୍ଵାମୀ ସରୋଜ ନାୟକ ଫେରାର ହୋଇଯାଇଥିବା ସୂଚନା।

ସେପଟେ ନବବଧୂଙ୍କ ମୃତଦେହ ଜବତ କରି ଇଟାମାଟି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ରଣପୁର ଥାନା କାକଲମା ଗାଁର ନବବଧୂ ଜଣକ ଅଢେଇ ବର୍ଷ ତଳେ ଖଇର ପଟି ଗାଁର ସରୋଜ ନାୟକଙ୍କୁ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ଏକ ବର୍ଷର କନ୍ୟା ସନ୍ତାନ ଅଛି । ମାତ୍ର ଶାଶୂଘର ଲୋକେ ଅଧିକ ଯୌତୁକ ଦାବି କରି ବାରମ୍ବାର ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାର ଲୋକେ