
ନୟାଗଡ଼, ୧୩/୦୭/୨୧ (ଜିଲ୍ଲା ଖବର) : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ। ବାପା, ମା’ ଙ୍କୁ ହାଣି ପୁଅ ଫେରାର। ଏଭଳି ଅଭାବନୀୟ ଘଟଣା ନୟାଗଡ଼ ସଦର ଥାନା ଅନ୍ତର୍ଗତ ବରପଲ୍ଲୀ ଗାଁରୁ ସାମ୍ନାକୁ ଆସିଛି ।
ଗାଁର ଜ୍ଞାନେନ୍ଦ୍ର ନାହାକ ତାଙ୍କ ବାପା ଉଛବ ନାହାକ ଏବଂ ମା’ ଙ୍କୁ ହାଣି ଫେରାର ହୋଇଯାଇଛି । ଖବର ପାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦମ୍ପତିଙ୍କୁ ସଦର ଥାନା ପୋଲିସ ଉଦ୍ଧାର କରି ପ୍ରଥମେ ନୟାଗଡ଼ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।
ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଏ ନେଇ ସଦର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


