Home ଆଞ୍ଚଳିକ କୋଭିଡ କଟକଣାରେ ଝାଉଁଳି ପଡିଛି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ରଥ ମଉଜ

କୋଭିଡ କଟକଣାରେ ଝାଉଁଳି ପଡିଛି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ରଥ ମଉଜ

7

ବାରିପଦା,୧୩/୦୭/୨୧ (ଜିଲ୍ଲା ଖବର) : କୋଭିଡ କଟକଣାରେ ଝାଉଁଳି ପଡିଛି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ରଥ ମଉଜ । ତିନି ଠାକୁର ରଥ ବଦଳରେ ନାଟ ମନ୍ଦିରକୁ ପହଣ୍ଡି ବିଜେ କରିଛନ୍ତି । ନିରାଡମ୍ବର ଭାବରେ ନାଟମନ୍ଦିରରେ ନିତୀକାନ୍ତି ଗ୍ରହଣ କରୁଛନ୍ତି ଶ୍ରୀ ଶ୍ରୀ ହରିବଳଦେବ ଜିଉ । ମନ୍ଦିର ବେଢା ଓ ୨୦୦ ମିଟର ପରିସରରେ ୧୪୪ ଧାରା ଲାଗୁ କରାଯାଇଛି ।

ପୁରୀ ରଥ ଯାତ୍ରାକୁ ଏଇଠୁ ଘଣ୍ଟ ବଜାଇ ସ୍ବାଗତ କରିବା ସହିତ କଟକଣା ମଧ୍ୟରେ ବାରିପଦା ଜଗନ୍ନାଥଙ୍କ ନୀତିକାନ୍ତି କରାଯାଉଛି । ପୁରୀ ରଥ ଯାତ୍ରାର ଗୋଟିଏ ଦିନ ପରେ ବାରିପଦା ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୁଏ । ତିନି ଠାକୁର ରଥରେ ବସି ଦେଉଳରୁ ଜନ୍ମ ବେଦୀକୁ ଆସିଥାନ୍ତି। ରଥ ଟଣା ଦୁଇ ଦିନ ଧରି ଚାଲିଥାଏ। ଏହି ଯାତ୍ରାର ଅନ୍ୟ ଏକ ବିଶେଷତ୍ୱ ହେଉଛି ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି। ତେବେ ଚତିଳ ବର୍ଷ କରୋନା କଟକଣାକୁ ଏହା ଫିକା ପଡିଛି। କଟକଣାରେ ମନ୍ଦିର ଭିତରେ ସମସ୍ତ ନୀତିକାନ୍ତି ପାଳନ ହେବ। ପ୍ରଶାସନ ପକ୍ଷରୁ ମନ୍ଦିର ବାହାରେ ୧୪୪ ଧାରା ଜାରି କରାଯାଇଛି।