Thursday, November 12, 2026
Home ଆଞ୍ଚଳିକ ଆଜି ରାଜ୍ୟରେ କରୋନା ନେଇଛି ୬୮ଜଣଙ୍କ ମୁଣ୍ଡ

ଆଜି ରାଜ୍ୟରେ କରୋନା ନେଇଛି ୬୮ଜଣଙ୍କ ମୁଣ୍ଡ

13

ଭୁବନେଶ୍ୱର,୧୩/୦୭/୨୧ (ଜିଲ୍ଲା ଖବର) : ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟୁଥିବା ବେଳେ କମୁନି କରୋନା ଜନିତ ମୃତ୍ୟୁ ସଂଖ୍ୟା। ରାଜ୍ୟରେ କେବେ କରୋନା ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗିବ ତାକୁ ନେଇ ଚିନ୍ତା। ତେବେ ଲଗାତାର ବଢ଼ି ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୧୯୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେପଟେ ସର୍ବାଧିକ ୬୮ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୭୩୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।