
ନୟାଗଡ,୧୩/୦୭/୨୧ (ଜିଲ୍ଲା ଖବର) : ବାପା ମାଆଙ୍କୁ ହାଣି ପୁଅ ଫେରାର । ସାଧାରଣ ଜମିବାଡ଼ି ବିବାଦରୁ ବାପା ମାଆଙ୍କୁ ହାଣିଲା ପୁଅ । ପୁଅର ମରଣାନ୍ତକ ଆକ୍ରମଣରେ ଲହୁଲୁହାଣ ହେଲେ ବାପା ମାଆ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ନୟାଗଡ଼ ସଦର ଥାନା ଅନ୍ତର୍ଗତ ବରପଲ୍ଲୀ ଗାଁରୁ । ଗାଁର ୩୦ ବର୍ଷୀୟ ଯୁବକ ଜ୍ଞାନେନ୍ଦ୍ର ନାହାକ ନିଜ ବାପା ଉଛବ ନାହାକ ଏବଂ ମାଙ୍କୁ ହାଣୀ ଫେରାର ହୋଇ ଯାଇଛି । ତେବେ ଖବର ପାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦମ୍ପତିଙ୍କୁ ଘରୁ ଉଦ୍ଧାର କଲା ସଦର ଥାନା ପୋଲିସ।
ଚିକିତ୍ସା ପାଇଁ ଉଭୟଙ୍କୁ ପ୍ରଥମେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଆକ୍ରମଣକାରୀ ପୁଅ ଉଛବଙ୍କ ପ୍ରଥମ ପତ୍ନୀଙ୍କ ସନ୍ତାନ । ପୂର୍ବରୁ ପ୍ରଥମ ଏବଂ ଦ୍ବିତୀୟ ପତ୍ନୀଙ୍କ ଦେହାନ୍ତ ହୋଇଛି। ଉଛବଙ୍କ ସହ ଆକ୍ରମଣର ଶିକାର ହୋଇଛନ୍ତି ତାଙ୍କ ତୃତୀୟ ପତ୍ନୀ । ଏହି କାରଣରୁ ବାପା ପୁଅଙ୍କ ମଧ୍ୟରେ ଦୀର୍ଘଦିନ ହେବ ଜମିବାଡ଼ି ବଣ୍ଟନକୁ ନେଇ ବିବାଦ ଲାଗି ରହିଥିଲା।



