
ବାଲିଗୁଡ଼ା ,12/07 {ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥଯାତ୍ରା ପାଳିତ ହୋଇ ଯାଇଛି । ମନ୍ଦିର ପରିସର ମଧ୍ଯରେ ପୂର୍ବ ନିର୍ଦ୍ଧାରିତ ନୀର୍ଘଣ୍ଟ ଅନୁଯାୟୀ ବିନା ଭକ୍ତ ରେ ମହାପ୍ରଭୁ ଙ୍କ ଦେବ ରିତି ନୀତି କାର୍ଯ୍ୟ ସମାପନ ହୋଇଛି। ମନ୍ଦିର ଟ୍ରଷ୍ଟ ସଦସ୍ୟ ମଧୁସୂଦନ ଦାସ ଏବଂ ପୁରୋହିତ ମହେଶ୍ୱର ପଣ୍ଡା ,ଶ୍ରୀ ହଳଧର ନାୟକ, MLAଶ୍ରୀ ଚକ୍ରମଣି କଂହର, ମନ୍ଦୀର ରେ ନୀତି କାର୍ଯ୍ୟ ସୂଚାରରୁପେ ପରିଚାଳନା କରିବାକୁ ଉପସ୍ଥିତ ଥିଲେ |ଏବଂ ଉପଜିଲ୍ଲାପାଳ ଙ୍କ ଦ୍ୱାରା ଛେରା ପହଁରା କାର୍ଯ୍ୟକ୍ରମ ସମ୍ପନ ହୋଇଥିଲା | ଏଥିରେ ରଂଜିତ ମହାନ୍ତି,ଟି. ଶ୍ରୀନିବାସ ରାଓ, ଲୋକନାଥ ପାଢ଼ୀ, ପ୍ରମୋଦ କୁମାର ସାହୁ, IIC ଶ୍ରୀ ବାବା ଶଙ୍କର ସରାଫ, Dspଶ୍ରୀ ସ୍ଵରଜ ଦେବତା,ପୋଲିସ କର୍ମଚାରୀ, ସେବାୟତ, ଦଣ୍ଡପଦର ଓ ବରଳାଦେବୀ ସଂକୀର୍ତନ ମଣ୍ଡଳୀ ଯୋଗ ଦେଇଥିଲେ | ପାଟ୍ଟଖଣ୍ଡା ମନ୍ଦିର ତରଫରୁ ଧାଡି ପହଣ୍ଡି ସମୟରେ ପୋଡପିଠା ଭୋଗ କରାଯାଇଥଲା |





