
ବାଲିଗୁଡ଼ା,12/07{ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶିକ୍ଷାନିକେତନଠାରେ ଉପଖଣ୍ଡ ଘରୋଇ ବିଦ୍ୟାଳୟ କର୍ତ୍ତୁପକ୍ଷ ଓ କର୍ମଚାରୀ ମହାସଂଘର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଖଣ୍ଡର ୨୦ରୁ ଉର୍ଦ୍ଧ୍ବ ଘରୋଇ ଶିକ୍ଷାନୁଷ୍ଠାନର କର୍ତ୍ତୁପକ୍ଷ ଓ କର୍ମଚାରୀ ଯୋଗଦେଇଥିଲେ । ମହାମାରୀ କରୋନା ଭୂତାଣୁ ସାରା ଦେଶରେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ଯାହାଫଳରେ ଅନେକଙ୍କ ଜୀବନ ନେଲାଣି ମହାମାରୀ କରୋନା । ଏଭଳି ପରିସ୍ଥିତିରେ ଅନେକ ନିଜର ଜୀବିକା ହରାଇଥିବା ବେଳେ ଶିକ୍ଷା ଉପରେ ମଧ୍ୟ ଏହାର ଘୋର ପ୍ରଭାବ ପଡ଼ିଛି । ଏଭଳି ସ୍ଥିତିରେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ଅଧିକ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ଅଭିଭାବକମାନେ ଫିସ୍ ଦେଇପାରୁନଥିବା ବେଳେ ଅଞ୍ଚଳର ୧୦୦ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଚାକିରି ଛାଡ଼ିଥିବା ସଂଘ ପକ୍ଷରୁ କୁହାଯାଇଛି । ଏଣୁ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଧ୍ୟାନ ଦେଇ ଘରୋଇ ଶିକ୍ଷାନୁଷ୍ଠାନର କର୍ତ୍ତୁପକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦଦେବାସହ ବିଦ୍ୟାଳୟ ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ସଂଘ ଦାବୀ ରଖିଛି । ଏନେଇ ଛ ଦଫା ଦାବୀ ରଖିଛି ସଙ୍ଘ । ସେପଟେ ବିଦ୍ୟାଳୟ ବନ୍ଦ୍ ଥିବା ଯୋଗୁଁ ବିଦ୍ୟାଳୟ ଠିକ୍ ଭାବରେ ଚାଲିପାରୁନାହିଁ । ଫଳରେ କାର୍ଯ୍ୟରତ କର୍ମଚାରୀମାନେ ଉପଯୁକ୍ତ ପାଉଣା ପାଇପାରୁ ନାହାନ୍ତି । ଯାହାଫଳରେ ପରିବାର ପ୍ରତିପୋଷଣ ଦୁର୍ବିସହ ହୋଇପଡିଲାଣି । ଏଣୁ ରାଜ୍ୟ ସରକାର ଆମକୁ ସହାୟତା ଯୋଗାଇ ଦିଅନ୍ତୁ ବୋଲି ଦାବୀ କରିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ।



