Thursday, November 12, 2026
Home ଆଞ୍ଚଳିକ ପୁଣି ଜନନୀ ଯନ୍ତ୍ରଣା,ମହନୀୟତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ

ପୁଣି ଜନନୀ ଯନ୍ତ୍ରଣା,ମହନୀୟତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ

63

ବିଷମକଟକ,୧୨/୦୭(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡ଼ଢ଼ଫାସ ଗ୍ରାମକୁ ରାସ୍ତା ନଥିବାରୁ ପ୍ରସବ ବେଦନାରେ ଛଟପଟ ହେଉଥିବା ମହିଳାଙ୍କୁ 3କିମି ଖଟିଆରେ ବୋହି ଆଣିଲେ ପରିବାରଲୋକ ଓ ଆମ୍ବୁଲାନ୍ସ କର୍ମଚାରୀ।ଏଭଳି ଦୃଶ୍ୟ ପୁଣି ସାମନାକୁ ଆସିଛି,ଡ଼ଢ଼ଫାସ ଗ୍ରାମର ଦିବାନ ମାଝିଙ୍କ ପତ୍ନୀ ଆଶାଇ ମାଝୀଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା,ତାଙ୍କୁ ଡଙ୍ଗାସିଲଉପ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାପାଇଁ ତାଙ୍କ ସ୍ୱାମୀ ଆମ୍ବୁଲାନ୍ସକୁ ଯୋଗାଯୋଗ ପରେ କାଶୀପୁରରେ ଥିବା ଆମ୍ବୁଲାନ୍ସ ଡ଼ଢ଼ଫାସ ଗ୍ରାମ ଅଭିମୁଖେ ବାହାରି ଗ୍ରାମଠାରୁ 3 କିଲୋମିଟର ଦୂର କୁସୁମଘାଟି ଠାରେ ଅଟକି ଯାଇଥିଲା। ଏହା ଏକ ଦୁଖଃ ଦାୟକ ଘଟଣା। ବାରମ୍ବାର ଏପରି ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ନିରବ। କଣ କାଶୀପୁର ଗ୍ରାମ ଆମ ରାଜ୍ୟ ବାହାରେ ଅଛିକି?? କାହିଁକି କାଶୀପୁର ପାଇଁ ସରକାର ଙ୍କ ଦୃଷ୍ଟି ପଢୁ ନାହିଁ। କଣ କରୁଛନ୍ତି ଆମ ମନ୍ତ୍ରୀ ଜଗନ୍ନାଥ ସାରକା ,କଣ କରୁଛନ୍ତି ଆମ ଜିଲ୍ଲା ପ୍ରଶାସନ କାହିଁକି ନଜର ପଡୁନାହିଁ କାଶୀପୁର ବ୍କକ୍ ର ସମସ୍ୟା ଉପରେ। କଣ କରୁଛନ୍ତି ସ୍ଥାନୀୟ ବିଧାୟକ । ଏହି ସମସ୍ୟା ଉପରେ ଦୃଷ୍ଟି ପଢୁ ନାହିଁ କାହିଁକି?? କଣ ସେମାନେ ମଣିଷ ନୁହନ୍ତି କି?? ନା ରାସ୍ତା ନାହିଁ ବୋଲି କଣ ସେମାନେ ଛୁଆ ଜନ୍ମ କରିବେ ନାହିଁ କି?? ଏହାପରେ ଆମ୍ବୁଲାନ୍ସ ଡ୍ରାଇଭର ପରୀକ୍ଷିତ ନାଏକ ଚାଲିଚାଲି ଗ୍ରାମକୁ ପହଁଞ୍ଚିଥିଲେ।ଆମ୍ବୁଲାନ୍ସ କର୍ମଚାରୀ ଓ ଦିବାନ ମାଝୀ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବହୁତ କଷ୍ଟରେ ନେଇ ଆସିଥିଲେ।ଏଭଳି ଘଟଣା ଏହି ବ୍ଲକରେ ବାରମ୍ବାର ଦେଖା ଦେଉଥିଲେ ମଧ୍ୟ ପ୍ରଶାସନ କୌଣସି ଠୋସ ପଦକ୍ଷେପ ନ ନେବା ପରିତାପର ବିଷୟ।ଗ୍ରାମଗୁଡ଼ିକୁ ପକା ରାସ୍ତା ନଥିବାରୁ ଗର୍ଭବତୀ ଓ ରୋଗୀ ଖଟିଆ କିମ୍ବା ଭାରରେ ବୁହା ହୋଇ ଆସୁଛନ୍ତି। ତେଣୁ ଅପହଞ୍ଚ ଗ୍ରାମଗୁଡିକୁ ପକ୍କାରାସ୍ତା ହୋଇପାରିଲେ ଏହିଭଳି ଯନ୍ତ୍ରଣା ନ ଥାନ୍ତା।ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି।

ରିପୋର୍ଟ ,ପ୍ରସନ କୁମାର ପଣ୍ଡା