Thursday, October 15, 2026
Home ଆଞ୍ଚଳିକ ରକ୍ତଦାନ ଶିବିର ଆୟୋଜନ

ରକ୍ତଦାନ ଶିବିର ଆୟୋଜନ

10

ବାଲିଗୁଡ଼ା,12/07 { ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲାର ବାଲିଗୁଡା ସଭାଗୃହ ଠାରେ ଗତକାଲି ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା l ଏହି ରକ୍ତ ଦାନ ଶିବିରରେ ସର୍ବମୋଟ 30 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା |ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଜୀବନ ବିନ୍ଦୁ ଏବଂ ଓଡ଼ିଶା-ମୋ ପରିବାର ତରଫରୁ ବାଲିଗୁଡ଼ା ନଗର ବିଜୁ ଯୁବ ଜନତା ଦଳର ଉପ ସଭାପତି ଭାବେ ଦିନେଶ କୁମାର ଜେନା ଓ ସେକ ଅମନ୍ ଙ୍କ ତତ୍ତ୍ୱାବଧାନରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଶିବିର ଆୟୋଜିତ ହୋଇଥିଲା l ଏହି ରକ୍ତ ଦାନ ଶିବିର ର ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଶ୍ରୀ ଚକ୍ରମଣୀ କହଁର ଯୋଗଦେଇ ଥିଲେ ,ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ବିଷ୍ଣୁ ଚରଣ ମଲିକ, ଉପସଭାପତି ଧନଞ୍ଜୟ ପାତ୍ର, ପ୍ରମୁଖ ଯୋଗଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ l