
ଆସିକା,୧୨/୭ (ଜିଲ୍ଲା ଖବର) : ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୪ତମ ପ୍ରତିଷ୍ଠା ଦିବସ ଓଡ଼ିଶା ସରକାରଙ୍କ କୋଭିଡ୍-୧୯ ସର୍ତ୍ତାବଳୀ ଅନୁସାରେ, କଲେଜ ଅଧ୍ୟକ୍ଷ ଡ଼. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ନିରାଡମ୍ବର ସହକାରେ ଅନୁପାଳିତ ହୋଇଯାଇଛି। ପ୍ରଥମେ ଅଗ୍ରପୂଜ୍ୟ ଗଣନାଥ ଏବଂ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କୁ ଏବଂ ଦିବଙ୍ଗତ ପ୍ରତିଷ୍ଠାତାମାନଙ୍କୁ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ଆସିକା ସହରର ସୁନାମଧନ୍ୟ ଆଇନଜୀବି ଏବଂ କଲେଜର ପ୍ରାକ୍ତନ ଛାତ୍ର ଶ୍ରୀ ଅଜିତ୍ କୁମାର ଚୌଧୂରୀ ଏବଂ ଅନ୍ୟ ଦୁଇଜଣ ପ୍ରାକ୍ତନ ଛାତ୍ର ଯୋଗ ଦେଇଥିଲେ। କଲେଜ ଅଧ୍ୟକ୍ଷ ଅତିଥିଙ୍କ ପରିଚୟ ପ୍ରଦାନ ସହିତ କଲେଜର ପୂର୍ବ ଗୌରବ ଏବଂ ଗାରିମା ବିଷୟରେ ମତ ପୋଷଣ କରିଥିଲେ। ମୁଖ୍ୟବକ୍ତା ରୂପେ କଲେଜ ପିଇଟି ସାର୍ କଲେଜ କିପରି ଏବଂ କେଉଁ ପରିସ୍ଥିତିରେ ଅବତୀର୍ଣ୍ଣ ହୋଇଥିଲା ଏବଂ ଏଥିରେ ଆସିକା ସହରର ପୂର୍ବତନ ଦିବଙ୍ଗତ ବିଧାୟକ ଏବଂ ସମାଜସେବୀ ମାନଙ୍କ କରକମଳରେ ଓ ଆସିକା ସମବାୟ ଚିନିଶିଳ୍ପ ଆଖୁଚାଷୀଙ୍କ ୧ ଟଙ୍କାର ଦାନ ପାଣ୍ଠିରେ କିପରି ସମ୍ଭବପର ହୋଇପାରିଥିଲା ଏବଂ ଏଥିରେ ସେହି ସମୟର ଦିବଙ୍ଗତ ଶିକ୍ଷାମନ୍ତ୍ରୀ ସ୍ବ. ବନମାଳୀ ପଟ୍ଟନାୟକ ଏବଂ ଦିବଙ୍ଗତ ଗଂଜାମ ଜିଲ୍ଲାପାଳ ସ୍ବ. ରାମଚ଼ନ୍ଦ୍ର ପାତ୍ରଙ୍କ ମିଳିତ ସହଯୋଗରେ ଉପରୋକ୍ତ ପ୍ରତିଷ୍ଠାତା ମାନେ ଏହି କଲେଜର ଭିତିପ୍ରସ୍ଥର ଓ ନିର୍ମାଣ କରିପାରିଥିଲେ। ଆସିକା ଅଞ୍ଚଳର ଶୈକ୍ଷିକ ବାତାବରଣକୁ ସୂଚାରୁରୂପେ ସଂପାଦନ କରିଥିଲେ ବୋଲି ମତ ଦେଇଥିଲେ। ମୂଖ୍ୟ ଅତିଥି ଶ୍ରୀ ଚୌଧୂରୀ ନିଜର ଭାବବିହ୍ବଳ ସଂଭାଷଣରେ ଛାତ୍ରନେତା ସମୟର କଥା ବଖାଣିଥିଲେ ଏବଂ ଶିକ୍ଷାନୁଷ୍ଠାନରୁ ଅନେକ ଡାକ୍ତର, ଅଧ୍ୟାପକ, ଅଧ୍ୟାପିକା, ଅଭିୟନ୍ତା, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅନେକ ଛାତ୍ରଛାତ୍ରୀ ଚାକିରି କ୍ଷେତ୍ରରେ ଯୋଗଦେଇଛନ୍ତି ଏବଂ ବିଦେଶଗମନ କରିଛନ୍ତି, ସଂପ୍ରତି ପରିସ୍ଥିତିରେ ମଧ୍ୟ ଏହି ଶୈକ୍ଷିକ ବାତାବରଣ କିପରି ବଜାୟ ରହିବ ବୋଲି ଦୃଢୋକ୍ତି ବାଢି଼ଥିଲେ। ସେ କହିଥିଲେ ଯେ ଏହି ଅନୁଷ୍ଠାନ ଦକ୍ଷିଣ ଓଡ଼ିଶାର ଏକ ଅଗ୍ରଗାମୀ ଶିକ୍ଷାକେନ୍ଦ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଅବସରରେ କଲେଜ ପରସର ମଧ୍ୟରେ ୟୁଥ୍ ରେଡକ୍ରସ୍ କାଉଁସେଲର୍ ଅଧ୍ୟାପକ ରାଜେଶ୍ କୁମାର ସାହୁ, ଦେବବ୍ରତ ସାହୁ ଏବଂ ଏନ୍ଏସ୍ଏସ୍ ସମସ୍ତ ୟୁନିଟର ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ଡ. ସସ୍ମିତା ପାତ୍ର, ଅଧ୍ୟାପକ ବିଭୁକଲ୍ୟାଣ ପଣ୍ଡା, ଦୟାନିଧି ବଡରଇତ, ପ୍ରଦୀପ ସବର, ସରୋଜ କୁମାର ପଣ୍ଡା, ରିଡର୍ କେଦାର ନାଥ ପଣ୍ଡା, ଜନାର୍ଦ୍ଦନ ସାହୁ,ରମେଶ୍ ଚନ୍ଦ୍ର ଜାନୀ, ଡ. ସ୍ମିତାରାଣୀ ପଣ୍ଡା, ଡ଼. ଶଙ୍କର ପ୍ରସାଦ ଅଧିକାରୀ ଏବଂ ସମସ୍ତ ଯୁବା ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷା କର୍ମଚାରୀଙ୍କ ମିଳିତ ସହସୋଗରେ ଏବଂ ମୁଖ୍ୟ ଏତିଥିଙ୍କ ଦ୍ବାରା ୩୦ ଗୋଟି ବୃକ୍ଷ ରୋପଣ କରାଯାଇଥିଲା। ଏଥିରେ ଡେମୋଷ୍ଟ୍ରେଟର ସାର ସନାତନ ପାଢୀ ଏବଂ ଧନଞ୍ଜୟ ମହାପାତ୍ର ମୁଖ୍ୟ ସଂଜୋଜନା କରିଥିଲେ। ପରିଶେଷରେ ବରିଷ୍ଠ ଅଧ୍ୟାପକ ଡ଼. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




