
ଫୁଲବାଣୀ,୧୭/୮(ଜିଲ୍ଲା ଖବର): ଫୁଲବାଣୀରେ ଜିଲ୍ଲାସ୍ତରୀୟ ୭୩ ତମ ସ୍ୱାଧୀନତା ଦିବସ ଫୁଲବାଣୀ ପୋଲିସ ରିଜର୍ଭ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ମହାନ ଐତିହାସିକ ଦିବସରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂ ଯୋଗ ଦେଇ ଫୁଲବାଣୀ ପୋଲିସ ରିଜର୍ଭ ପଡିଆ ଠାରେ ପତାକା ଉତ୍ତୋଳନ କରିବାସହ ସମ୍ମିଳିତ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥିଲେ । କନ୍ଧମାଳର ସଂଗ୍ରାମୀ ମାନେ ଭାରତ ସ୍ଵାଧୀନରେ ନିଜ ଜୀବନକୁ ଉତ୍ସର୍ଗ କରିବା ସହ ବଳିଦାନ ଦେଇଛନ୍ତି । ସେହି ସ୍ବାଧୀନତା ସଂଗ୍ରାମୀ ଓ ଯବାନ ମାନକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ କନ୍ଧମାଳ ସଂସ୍କୃତି ପରମ୍ପରାକୁ ଭୁୟସୀ ପ୍ରସଂସା କରିଥିଲେ । ଏହି ପ୍ୟାରେଡ଼ରେ ଜିଲ୍ଲା ପୋଲିସ ଓ ଫୁଲବାଣୀର ୨୭ ଟି ସ୍କୁଲ କଲେଜର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ମନ୍ତ୍ରୀ ଶ୍ରୀ ସିଂ ଯେଉଁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ପ୍ୟାରେଡ଼ ଭଲ ପ୍ରଦର୍ଶନ ସେହି ଅନୁଷ୍ଠାନକୁ ଏବଂ ସମର ଶିକ୍ଷାର୍ଥୀ ବାହିନୀ ପ୍ଲାଟୁନଙ୍କୁ ରନିଂ ସିଲ ପ୍ରଦାନ କରିଥିଲେ । ସ୍ୱାଧୀନତା ଦିବସ ଅବସରରେ ଛାତ୍ରଛାତ୍ରୀ ମାନଂକ ଦ୍ୱାରା ଦେଶାତ୍ମକବୋଧ ସଙ୍ଗୀତ , ବକୃତା ପ୍ରତିଯୋଗୀତା , ପ୍ରବନ୍ଧ,ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲା ଉତ୍ସବ ପାଳନ କମିଟି ଅଧ୍ୟକ୍ଷା ତଥା କନ୍ଧମାଳ ଜିଲ୍ଲାପାଳ ଡଃ ବୃନ୍ଦା ଡ଼ି ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁପଦ ମହନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପୋଲିସ ପ୍ଲାଟୁନଙ୍କୁ ରିଜର୍ଭ ପୋଲିସ ଇନିସ୍ପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ଓ ସରଜେଣ୍ଟ ସୋରାଜ ବେହେରା ନେତୃତ୍ୱ ନେଇଥିଲେ । କନ୍ଧମାଳ ଜିଲ୍ଲା ସାମ୍ବାଦିକ ଭବନରେ ମଧ୍ୟ ପ୍ରେସକ୍ଳବ ତରଫରୁ ସଭାପତି ଶିବ ପ୍ରସାଦ ତ୍ରିପାଠୀ ନେତୃତ୍ୱରେ ଜତୀୟ ପତାକା ଉତ୍ତୋଳନ କରାଯାଇଥିଲା । ମନ୍ତ୍ରୀ ପ୍ୟାରେଡ଼ ଶେଷ ପରେ ଗୋପବନ୍ଧୁ ବାଳାଶ୍ରମର ଅନାଥ ଛାତ୍ରଛାତ୍ରୀ , ଜିଲ୍ଲା କାରାଗାର ବନ୍ଦୀ , ଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିବାବେଳେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ସଖି କେନ୍ଦ୍ରର ଶୁଭ ଉଦ୍ଘାଟନ କରିଥିଲେ । ସ୍ୱାଧୀନତା ଦିବସ ଅବସରରେ କରେନେସନ ପଡିଆ ଠାରେ ବନ୍ଧୁତ୍ବପୂର୍ଣ ସଦ୍ଭାବନା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ କନ୍ଧମାଳ ଜିଲ୍ଲା ମିଡ଼ିଆଫୋରମ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ମ୍ୟାଚରେ ସାମ୍ବାଦିକ , ଓକିଲ , ଜିଲ୍ଲା ପ୍ରଶାସନ ଏକାଦଶ ଓ ପୋଲିସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମ୍ୟାଚ ଫାଇନାଲରେ ପୋଲିସ ଦଳ ସାମ୍ବାଦିକ ଦଳଙ୍କୁ ୪/୦ ଗୋଲରେ ପରାସ୍ତ କରି ଚାମ୍ପିୟାନ ହୋଇଥିଲା । ମିଡ଼ିଆଫୋରମ ତଫରୁ ବିଜେତା ଦଳ ଉଇନର ଦଳକୁ ଟ୍ରଫି ପ୍ରଦାନ କରିଥିବାବେଳେ ରନର୍ସ ହୋଇଥିବା ସାମ୍ବାଦିକ ଦଳକୁ ମଧ୍ୟ ଟ୍ରଫି ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟ ରେ ଭାଗ ନେଇଥିବା ଅନ୍ୟ ଦଳ ମାନକୁ ମଧ୍ୟ ସ୍ୱନ୍ତନାମୂଳକ ଟ୍ରଫି ପ୍ରଦାନ କରିଥିଲେ । ଉକ୍ତ ମ୍ୟାଚ କୁ ରେଫ୍ରି ଭାବେ ଖେଳ ଶିକ୍ଷକ ଅଭିରାମ ମହାନ୍ତି ପରିଚାଳନା କରିଥିଲେ । ଉକ୍ତ ଫୁଟବଲ ମ୍ୟାଚ ରେ ଭାଗ ନେଇଥିବା ଦଳ ଗୁଡିକ ମଧ୍ୟରେ ପୁରାତନ ବରିଷ୍ଠ ସୁନାମଧନ୍ୟ ଖେଳାଳି ମାନେ ଥିବାରୁ ଖେଳ ଦେଖିବାକୁ ଦର୍ଶକ ଙ୍କର ପ୍ରବଳ ଭିଡ ଜମିଥିଲା । ଉକ୍ତ ମ୍ୟାଚର ମଞ୍ଚ ପରିଚାଳନା କରିଥିଲେ ସାମ୍ବାଦିକ ଅଶୋକ ମହାନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଜିଲାପାଳ ଙ୍କ ନିର୍ଦ୍ଦେଶରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଆଲୋକ ମାଳାରେ ସୁସ୍ଵଜିତ ହୋଇଥିବା ବେଳେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ସନ୍ଧ୍ୟା ସମୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।



