Monday, November 16, 2026
Home ଆଞ୍ଚଳିକ ପବ୍ଳିକ୍ ରାଇଟ୍ ଆସୋସିଏସନ୍‌ର ଓ ମାନବାଧିକାର ସଂଗଠନ କରୋନା ଯୋଦ୍ଧା ସମ୍ମାନ

ପବ୍ଳିକ୍ ରାଇଟ୍ ଆସୋସିଏସନ୍‌ର ଓ ମାନବାଧିକାର ସଂଗଠନ କରୋନା ଯୋଦ୍ଧା ସମ୍ମାନ

120

ଖୋର୍ଦ୍ଧା,୧୨/୦୭(ଜିଲ୍ଲା ଖବର) : ପବ୍ଲିକ୍ ରାଇଟ୍ ଆସୋସିଏସନ୍ ଓ କେନ୍ଦ୍ରୀୟ ମାନବାଧିକାର ସଂଗଠନ ଓଡ଼ିଶା ଶାଖା ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅତିଥି ଭାବେ ସଂଗଠନର ଜିଲ୍ଲା ଉପଦେଷ୍ଟା ହବିଦୁର ରେହମାନ, ରାଜ୍ୟ ସମ୍ପାଦକ ବାସୁଦେବ ସେଠୀ, ଜିଲ୍ଲା ଉପସଭାପତି ସଞ୍ଜୀବ କୁମାର,ଅନାଥ ପଟ୍ଟନାୟକ, ସାମ୍ବାଦିକ ମହମ୍ମଦ ଇଫତେଖାର ଅଲ୍ଲୀ ଯୋଗ ଦେଇଥିଲେ। ଏହି ଅବସରରେ ‘ପ୍ରମେୟ’ ଭୁବନେଶ୍ଵର ସାମ୍ବାଦିକ ଶାହା ଜାଫର ଅଲ୍ଲୀଙ୍କ ସହ ସମାଜସେବୀ ମହମ୍ମଦ ଇଲିଆସ୍‌ଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି ।

ରିପୋର୍ଟ, ସଞ୍ଜୀବ କୁମାର ।