
ନୂଆଦିଲ୍ଲୀ, ୧୨/୦୭/୨୧ (ଜିଲ୍ଲା ଖବର) : ଆଉ ରାଜନୀତିକୁ ଫେରିବେନି ସାଉଥ ସୁପରଷ୍ଟାର ରଜନୀକାନ୍ତ । ସୁପରଷ୍ଟାର ରଜନୀକାନ୍ତ ରଜନି ମକ୍କଲ ମନ୍ଦ୍ରନ ର ଅଫିସ କର୍ମକର୍ତ୍ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ଏବଂ ରାଜନୀତିକୁ ଆଉ ନଆସିବାର ନିଷ୍ପତି ନେଇଛନ୍ତି । ରଜନୀକାନ୍ତ ତାଙ୍କ ପାର୍ଟି ‘ରଜନୀ ମକ୍କଲ ମନ୍ଦ୍ରମ’କୁ ଭାଙ୍ଗି ଦେଇଛନ୍ତି, ଓ ସେ କହିଛନ୍ତି ଯେ, ତାଙ୍କର ଭବିଷ୍ୟତରେ ବି ରାଜନୀତିକୁ ଆସିବାର କୌଣସି ଯୋଜନା ନାହିଁ ।
ରଜନୀ ମକ୍କଲ ମନ୍ଦ୍ରମ’ ପାର୍ଟି ଅଫିସରେ କର୍ମଚାରୀଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ସେ । ରଜନୀକାନ୍ତ ତାଙ୍କ ପ୍ରଶଂସକଙ୍କ ସହ ଏକ ବୈଠକ ମଧ୍ୟ କରିଥିଲେ ।


