
୧୨/୦୭/୨୧ (ଜିଲ୍ଲା ଖବର) : ତାଳ ଗରଡା ବା ତାଳ ଗଛର ଗଣ୍ଡି। ଯିଏ ବିଶେଷ କୌଣସି କାମରେ ଲାଗେନାହିଁ। ତାତ୍ୱିତ କହିଲେ ସିଏ ହୁଏତ ବଡ଼ ପତିତ । ଯାହା ଉପରେ ମହାପ୍ରଭୁ ରଥକୁ ଚଢନ୍ତି ଆଉ ନିଜ ପତିତପାବନ ନାମ ଓ ପତିତପାବନ ଯାତ୍ରାର ଅର୍ଥକୁ ସାର୍ଥକ କରନ୍ତି । ଆମେ କହୁଛୁ ସେଇ ତାଳ ଗରଡାର କଥା । ଯିଏ ରଥ ଚାରମାଳ ଭାବେ ବ୍ୟବହୃତ ହୁଏ।
ତିନିରଥକୁ ଠାକୁରମାନଙ୍କୁ ନେବାପାଇଁ କୌଣସି ସାଧାରଣ କାଠର ଶିଡି ହୁଏତ ସମ୍ଭାଳିବ ନାହିଁ। ସେଥିପାଇଁ ତ ମହାପ୍ରଭୁମାନଙ୍କ ରଥକୁ ସଂଯୋଗ କରୁଥିବା ଚାରମାଳଗୁଡାକ ତାଳ ଗରଡା ବା ତାଳ ଗଣ୍ଡିରେ ପ୍ରସ୍ତୁତ ହୋଇଥାଏ। ସତେ କେଡେ ଭାଗ୍ୟ ସେହି ତାଳ ଗରଡାର ସିଏ ମଣିମାଙ୍କୁ କାନ୍ଧରେ ବହୁଛି।


