Thursday, November 12, 2026
Home ଆଞ୍ଚଳିକ ରଥଯାତ୍ରା ଅବସରରେ ବିଜେଡିର ନୂତନ କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ରଥଯାତ୍ରା ଅବସରରେ ବିଜେଡିର ନୂତନ କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

17

ଭୁବନେଶ୍ୱର, ୧୨/୦୭/୨୧ (ଜିଲ୍ଲା ଖବର) :  ପବିତ୍ର ରଥଯାତ୍ରା ଅବସରରେ ଅତ୍ୟାଧୁନିକ ବ୍ୟବସ୍ଥାରେ ନିର୍ମାଣ ହେବାକୁ ଥିବା ବିଜେଡି ରାଜ୍ୟ ମୁଖ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଭୂମି ପୂଜନରେ ଉପସ୍ଥିତ ଥିଲେ ଦଳର କିଛି ନେତା ମନ୍ତ୍ରୀ ଓ ବରିଷ୍ଠ ସଦସ୍ୟ ।

ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ ନିର୍ମାଣର ଶୁଭାରମ୍ଭ ହୋଇଛି । ଆଜି ଏହାର ଭୂମି ପୂଜା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆ ରୂପ ପାଇବ ବିଜେଡିର ରାଜ୍ୟ କାର୍ଯ୍ୟାଳୟ । ଅତ୍ୟାଧୁନିକ ଢାଞ୍ଚାରେ ତିନି ମହଲା ବିଶିଷ୍ଟ ବିଲ୍ଡିଂ ନିର୍ମାଣ ହେବ । ଏଥିପାଇଁ ଡିଜାଇନ୍ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି ।

ପ୍ରସ୍ତାବିତ ନୂଆ ବିଲଡିଂରେ ରହିବ କର୍ମୀଙ୍କ ପାଇଁ ବୈଠକ ସ୍ଥଳୀ, କନଫରେନ୍ସ ହଲ୍ । ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର ହଲ୍ ରହିବ । ଲାଇବ୍ରେରୀ ସହ ଦଳର ବିଭିନ୍ନ ସେଲ୍ ପାଇଁ ସ୍ୱତନ୍ତ୍ର କୋଠରୀ, ପାର୍କିଂ ଆଦି ବ୍ୟବସ୍ଥା ରହିବ ।