Sunday, November 15, 2026
Home ଆଞ୍ଚଳିକ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଅନନ୍ୟା ସୋନି

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଅନନ୍ୟା ସୋନି

14

ନୂଆଦିଲ୍ଲୀ, ୧୨/୦୭/୨୧ (ଜିଲ୍ଲା ଖବର) : ହସ୍ପିଟାଲରେ ଭର୍ତ୍ତି ହେଲେ ଟେଲି ଅଭିନେତ୍ରୀ ଅନନ୍ୟା ସୋନି । ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଅନନ୍ୟା ସାହାଯ୍ୟ ପାଇଁ ଗୁହାରି କରିଛନ୍ତି ।
ସୂଚନାଯୋଗ୍ୟ : ଟିଭି ଧାରାବାହିକ’ନାମକରଣ’, ‘କ୍ରାଇମ ପେଟ୍ରୋଲ’ ଭଳି ଅନେକ ଶୋ’ରେ ନିଜ ଅଭିନୟର ଜଲଓ୍ବା ଦେଖାଇଥିବା ଅଭିନେତ୍ରୀ ,ଏବେ ଜଟିଳ ପରିସ୍ଥିତି ଦେଇ ଗତି କରୁଛନ୍ତି । ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଅନନ୍ୟା । ଗମ୍ଭୀର ରୋଗରେ ପିଡୀତ ଅଛନ୍ତି ସେ । ଏହାରି ମଧ୍ୟରେ ସେ ଲୋକଙ୍କ ଠାରୁ ସାହାଯ୍ୟ ଲୋଡିଛନ୍ତି । କିଛିଦିନ ପୂର୍ବରୁ ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ ଏବଂ ଲୋକଙ୍କୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ କହିବା ସହିତ,  ଆର୍ଥିକ ସହାୟତା ମାଗିଥିଲେ । ସେ କିଡନୀ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି ବୋଲି କହିଥିଲେ । ହସ୍ପିଟାଲରେ ତାଙ୍କ ଚିକିତ୍ସାରେ ତାଙ୍କର ସମସ୍ତ ସେଭିଂ ଶେଷ ହୋଇଯାଇଛି ।

ଦୀର୍ଘ ଦିନ ଧରି ସେ କିଡନୀ ରୋଗରେ ପିଡୀତ ଅଛନ୍ତି ।  ତାଙ୍କର ଗୋଟେ କିଡନୀ ଖରାପ ହୋଇ ଯାଇଛି । ତାଙ୍କୁ କିଡନୀ ଟ୍ରାନ୍ସପ୍ଲାଣ୍ଟ  କରାଇବାର ଆବଶ୍ୟକତା ରହିଛି ।