
ନୂଆଦିଲ୍ଲୀ, ୧୨/୦୭/୨୧ (ଜିଲ୍ଲା ଖବର) : ଏବେ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି ଟିଭି ଧାରାବାହକ ‘ଜିନ୍ଦେଗୀ କି ମହକ୍’ ଫେମ୍ ସିଦ୍ଧାର୍ଥ ସିପାନୀ । ୧୫ ଜୁଲାଇରେ ସେ ତାଙ୍କର ପ୍ରେମିକା ଅନିଶାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଗତ ୩ ବର୍ଷ ଧରି ଦୁହେଁ ଦୁହିଁଙ୍କୁ ଡେଟ କରି ଆସୁଛନ୍ତି । ଏକ କଥାବାର୍ତ୍ତା ମାଧ୍ୟମରେ ସିଦ୍ଧାର୍ଥ ତାଙ୍କ ବିବାହ ବିଷୟରେ ସୂଚନା ଦେଇଛନ୍ତି । ୧୪ ଜୁଲାଇରେ ତାଙ୍କର ସଙ୍ଗୀତ୍ ସେରେମୋନିର ଆୟୋଜନ କରାଯିବା କଥା ମଧ୍ୟ ସେ କହିଛନ୍ତି ।
ଏକ ସାକ୍ଷାତକାରରେ ସିଦ୍ଧାର୍ଥ କହିଛନ୍ତି ଯେ, ‘ମୁଁ ବହୁତ ଖୁସି ଏବଂ ଉସ୍ବାହିତ ଅଛି , କାହିଁକି ନାଁ, ଯାହାକୁ ମୁଁ ଭଲପାଏ ତାଙ୍କୁ ବିବାହ କରିବାକୁ ଯାଉଛି ‘ । ଏହା ସହିତ କରୋନା ନିୟମ ପାଳନ କରି ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ । ଏବଂ ତାଙ୍କୁ ବିବାହରେ ୫୦ ରୁ ଅଧିକ ଲୋକ ସାମିଲ ନହେବା କଥା ମଧ୍ୟ ସେ କହିଛନ୍ତି ।
ଆଗକୁ ସେ ଏକଥା ମଧ୍ୟ କହିଛନ୍ତି ଯେ, ବନ୍ଧୁତାରୁ ଆମ ଦୁହିଁଙ୍କ ସମ୍ପର୍କ ଆରମ୍ଭ ହୋଇ, ପ୍ରେମରେ ପରିବର୍ତ୍ତନ ହୋଇଥିଲା । ଆଉ ଏବେ ଦୁହିଁଙ୍କ ପରିବାର ସହମତି ଓ ସେମାନଙ୍କ ଆର୍ଶିବାଦରେ ନୂଆ ଜୀବନ ଆରମ୍ଭ କରିବୁ ।


