
ନୂଆଦିଲ୍ଲୀ, ୧୨/୦୭/୨୧ (ଜିଲ୍ଲା ଖବର) : ଜେଜେବାପାଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ । ରବିବାର ଦିନ କାର୍ତ୍ତିକଙ୍କ ଜେଜେବାପାଙ୍କର ଦେହାନ୍ତ ହୋଇଛି । ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି କାର୍ତ୍ତିକ ଜେଜେବାପାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି । ଏହା ସହିତ ସେ ମଧ୍ୟ ଜେଜେବପାଙ୍କ ପରି ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ସେ ତାଙ୍କର ଅଧିକାରିକ ଇନଷ୍ଟାଗ୍ରାମ ଆକାଉଂଟରେ ଜେଜେବାପାଙ୍କ ସହିତ ପୁରୁଣା ଫଟୋ ସେୟାର କରିଛନ୍ତି । ଏଥିରେ ଜେଜେବାପାଙ୍କ କୋଳରେ ନଜର ଆସୁଛନ୍ତି ଛୋଟବେଳର କାର୍ତ୍ତିକ । ଏହି ଫଟୋ ସେୟାର କରି ସେ କ୍ୟାପ୍ସନରେ ଲେଖିଛନ୍ତି ଯେ, ‘କାସ୍ କେଉଁଦିନ ମୁଁ ଆପଣଙ୍କ ଭଳି ହୋଇପାରେ । ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ ନାନୁ’ । ତାଙ୍କର ଏହି ପୋଷ୍ଟ ମାଧ୍ୟରେ କାର୍ତ୍ତିକଙ୍କୁ ତାଙ୍କ ବନ୍ଧୁ, ପ୍ରିୟଜନ ସାନ୍ତ୍ୱନା ଦେବା ସହିତ, ତାଙ୍କ ଜେଜେବାପାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି ।


