Wednesday, November 11, 2026
Home ଆଞ୍ଚଳିକ ଋଷିଛି କାଳିଆ..ବିନା ଭକ୍ତରେ ରଥଯାତ୍ରା

ଋଷିଛି କାଳିଆ..ବିନା ଭକ୍ତରେ ରଥଯାତ୍ରା

14

୧୨/୦୭/୨୧ (ଜିଲ୍ଲା ଖବର) :  ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ । ସିଂହଦ୍ୱାର ସାମ୍ନାରେ ମହାପ୍ରଭୁଙ୍କୁ ଚାହିଁ ରହିଛନ୍ତି ତିନି ରଥ । ବିନା ଭକ୍ତରେ ଘୋଷ ଯାତ୍ରାରେ ବାହାରିବେ ଚତୁର୍ଦ୍ଧାମୁରତୀ । ଋଷିଛି କାଳିଆ। ଦୀର୍ଘ ୨ବର୍ଷ ବିତି ଗଲାଣି , ତାର ଅଭିମାନ ସରିନି । ସିଏ ଖୁବ୍ ଅଭିମାନ କରିଛି । କହୁଛି କଣ ନା ତମେ ମାନେ ଆସନି ମୋ ଦୁଆରକୁ ମୁଁ ରାଗିଛି ।

ସେପଟେ ଭକ୍ତମାନେ ଜଗାକୁ ଦେଖିବା ପାଇଁ ଆଉଟୁ ପାଉଟୁ ହେଉଛନ୍ତି। କେମିତି ଟିକିଏ କାଳିଆର ଦର୍ଶନ ମିଳିପାରନ୍ତା କି। ମନରେ ଅସୁମାରି କୋହ। ଜଗା ଝୁରୁଛି ଭକ୍ତଙ୍କୁ, ଭକ୍ତ ଝୁରୁଛନ୍ତି ଜଗାକୁ। ଏ କି ପରିସ୍ଥିତି। ଭକ୍ତ ଶୂନ୍ୟ ହେଉଛି ରଥଯାତ୍ରା। କରୋନା ସବୁ କିଛି ଫିକା କରିଦେଇଛି। ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କରୋନା ପାଇଁ ଭକ୍ତଶୂନ୍ୟ ରଥଯାତ୍ରା ହେଉଛି। କରୋନା କଟକଣା ଭିତରେ ରଥ ଟଣା ହେବ। ତାହା ପୁଣି କେବଳ ସେବାୟତମାନଙ୍କ ଦ୍ୱାରା।