
ନୂଆଦିଲ୍ଲୀ, ୧୨/୦୭/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଜଣେ ଏମିତି ଅଭିନେତ୍ରୀ , ଯିଏକି ଖୁବ୍ କମ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ତେବେ ନିକଟରେ ଆଲିଆ ତାଙ୍କର ଆଉଟଫିଟକୁ ନେଇ ଟ୍ରୋଲର ଶିକାର ହୋଇଛନ୍ତି ।
ନିକଟରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କ ଆଉଟଫିଟକୁ ୟୁଜର୍ସ ନାପସନ୍ଦ କରୁଛନ୍ତି । ପ୍ରକୃତରେ ଆଲୟା ନିକଟରେ ତାଙ୍କ ଘରୁ କୌଣସି କାମରେ ବାହାରକୁ ବାହାରିଥିଲେ । ଯେଉଁଠି ପାପାରାଜିଙ୍କ କ୍ୟାମେରାରେ ନଜର ଆସିଥିଲେ ଆଲିୟା । ଭାଇରାଲ ହେଉଥିବା ଏହି ଫଟୋରେ ସେ ଏକ ଗ୍ରେ କଲର ଟପ୍ସ ସହିତ ଏକ ସଟ୍ସ୍ ପିନ୍ଧିଥିଲେ । ପିନ୍ଧିଥିବା ଲଙ୍ଗ ଟପ୍ସରେ ସେ ସୁନ୍ଦର ଦେଖା ଯାଉଥିଲେ ସତ, କିନ୍ତୁ ତାଙ୍କର ଏହି ଟପ୍ସ ଟ୍ସାନ୍ସପରେଣ୍ଟ ଥିଲା । ଯେଉଁଥିପାଇଁ ସୋସିଆଲ ମିଡିଆରେ ଏହାକୁ ନେଇ ତାଙ୍କୁ ଟ୍ରୋଲ କରାଯାଉଛି ।
ଆଲୟାଙ୍କର ଏହି ଲୁକ ଦେଖିବା ପରେ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । କିଛି ଲୋକ ଏହାକୁ ପସନ୍ଦ କରୁଥିବା ବେଳେ, ଆଉ କିଛି ଲୋକ ଏହାକୁ ନାପସନ୍ଦ କରୁଛନ୍ତି ।


